ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପିଏମ ଶ୍ରୀ ସ୍କୁଲ ନବୋଦୟ ବିଦ୍ୟାଳୟ ରେ ଜାତୀୟ ମହାଆକାଶ ଦିବସ ପାଳିତ।।।*

ରାହାମା, 23/08/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲାପିଏମ ଶ୍ରୀ ସ୍କୁଲ ନବୋଦୟ ବିଦ୍ୟାଳୟ ସାଇଲୋ, ରାହାମା ରେ ଜାତୀୟ ମହାଆକାଶ ଦିବସ ପାଳିତ ହେଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ମାନନୀୟ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ସନ୍ନମାନିତ ଅତିଥି ରୂପେ ଡ଼ଃ ସୁନାକାର ବେହେରା, ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ଅଧକ୍ଷ୍ୟ ଶ୍ରୀକୃଷ୍ଣ ମହାପାତ୍ର, ଉପାଧକ୍ଷ୍ୟ ଅଧୀର ନାୟକ, ସାଂସଦ ଙ୍କ ପ୍ରତିନିଧି ବିବେକାନନ୍ଦ ହୋତା, ସ୍ଥାନୀୟ ଯୁବସଙ୍ଘଠକ ସୌଭାଗ୍ୟ ନାୟକ ଅଧକ୍ଷ୍ୟ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଥମେ ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି କୁ ମାଲ୍ୟପଣ କରି ଉନ୍ମୋଚନ କରି ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ସର୍ବ ପ୍ରଥମେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ କୁ ଆଗକୁ ନେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲ। ଅଗଷ୍ଟ ମାସ ୨୩ ତାରିଖ କୁ ଜାତୀୟ ମହାକାଶ ଦିବସ ଭାରତ କୋଣ ଅନୁକୋଣ ରେ ପାଳିତ ହେଉ ଥିବା ବେଳେ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ରେ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମହାକାଶ ଦିବସ ଉପଲକ୍ଷେ ନିର୍ମିତ ବିଭିନ୍ନ ପ୍ରକଳ୍ପ ମାନ ବୁଲି ଦେଖିବା ସହିତ ଅନୁଷ୍ଠାନିକ ଭାବେ ସ୍ପେସ କର୍ଣ୍ଣର କୁ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ବାର୍ତ୍ତାଆଳାପ କରିଥିଲେ।ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଓ ସ୍ନାତକତ୍ତ୍ୱର ବିଭାଗ ର ଶିକ୍ଷକ ଅଂଶୁମାନ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କ ର ଗାଇଡ଼ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଆଜିର ମହାକାଶ ଦିବସ ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମ ର ମଧ୍ୟ ଭାଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ, ଆସାମ ର ବିହୁ ନୃତ୍ୟ, ଛତିଶ ଗଡିର ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ, ବକୃକ୍ତା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଯାହା ଆକର୍ଷଣ କେନ୍ଦ୍ର ବିନ୍ଦୁ ଥୀଲା ଅତିଥି ଓ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ମାନେ ବିମୋହିତ ହୋଇ ଥିଲେ। ମୁଖ୍ୟ ଅତିଥି କହିଲେ ଭାରତ କୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ମହାକାଶ ଦିବସ ପାଳନ ରେ ସହାୟକ ହେବ ଏବଂ ଭାରତ ର ଯଶ୍ୱଶ୍ରୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ସ୍ବପ୍ନ ୨୦୪୭ ରେ ସାକାର ହେବ।କାର୍ଯ୍ୟକ୍ରମର ଶେଷ ଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଠିଫିକେଟ, ମେଡାଲ ଦେଇ ପୁରସ୍କୃତ କରଯାଇ ଥୀଲା। ସଙ୍ଗୀତ ଶିକ୍ଷିକା ପଦ୍ମଜା ବେହେରା, ବରିଷ୍ଠ ଶିକ୍ଷକ ସିମାଞ୍ଚଳ ଗୌଡ଼, ଜୀବବିଜ୍ଞାନ ଶିକ୍ଷିକା ଅଙ୍ଗୁର ଵାଳା ମଞ୍ଚ ପରିଚାଳନା କରିଥିଲେ।ଅନ୍ୟ ଶିକ୍ଷକ ଓ ଶିକ୍ଷିକା ସୁଧୀର ମହାପାତ୍ର, ଉଗ୍ରସେନ ନାୟକ, ଦିଗନ୍ତ ପଟ୍ଟନାୟକ, କବିତା ଜେନା ସନ୍ତୋଷ ଜେନା ନଗେନ୍ଦ୍ର ଶୁକ୍ଲା ସବିତା କୁମାରୀ ପଣ୍ଡା, ଆଦିତ୍ୟ ମହନ୍ତ ସୂର୍ଯ୍ୟକାନ୍ତ ଘଡେଇ ଆଦି କାର୍ଯ୍ୟକ୍ରମ କୁ ସଫଳ କରାଇ ବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଶେଷ ରେ ଉପାଧକ୍ଷ୍ୟ ଅଧୀର ନାୟକ ଧନ୍ୟବାଦ ଦେଇଥିଲେ
Article Image
2