ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପି .ଏମ.ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ରାହାମା ରେ ମହାକାଶ ଦିବସ ପାଳିତ*

ରାହାମା (ସାଇଲୋ), 24/08/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ପି.ଏମ.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ମହାସମାହୋରରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ଜିଲ୍ଲାର ମାନ୍ୟବର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ସମ୍ମାନୀତ ଅତିଥି ଡଃ ସୁନାକର ବେହେରା,ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର,ଉପାଧ୍ୟକ୍ଷ ଅଧିର କୁମାର ନାୟକ,ସାଂସଦଙ୍କ ପ୍ରତିନିଧି ବିବେକାନନ୍ଦ ହୋତା,ସ୍ଥାନୀୟ ଯୁବ ସଂଗଠକ ସୌଭାଗ୍ୟ ନାୟକ ଉପସ୍ଥିତ ଥିଲେ।ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଅତିଥିମାନଙ୍କୁ ସ୍ବାଗତ ଭାଷଣ ମାଧ୍ୟମରେ ପରିଚିତ କରାଇବା ସହିତ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥିଙ୍କ କର କମଳରେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଓ ମାଲ୍ୟାର୍ପଣ ପରେ ସଭାଗୃହରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ବଳନ ସହ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ। ଅଗଷ୍ଟ ମାସ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାରତର କୋଣ ଅନୁକୋଣରେ ପାଳିତ ହେଉଥିବାରୁ ମୁଖ୍ୟ ଅତିଥି ମହାକାଶ ଦିବସ ଉପଲକ୍ଷେ ନିର୍ମିତ ବିଭିନ୍ନ ପ୍ରକଳ୍ପମାନ ବୁଲି ଦେଖିବା ସହ ଆନୁଷ୍ଠାନିକ ଭାବେ ସ୍ପେସ କର୍ଣ୍ଣରକୁ ଉଦ୍ଘାଟନ କରି ଛାତ୍ର ଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ।ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ତଥା ସ୍ନାତକୋତ୍ତର ବିଭାଗର ଶିକ୍ଷକ ଶ୍ରୀ ଅଂଶୁମାନ ମହାନ୍ତି ଆଜିର ମହାକାଶ ଦିବସ ଉପରେ ନିଜର ବକ୍ତବ୍ୟ ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ,ଆସାମର ବିହୁ ନୃତ୍ୟ,ସମ୍ବଲପୁରୀ ନୃତ୍ୟ,ଛତିଶଗଡ଼ର ଲୋକନୃତ୍ୟ ଓ ବକ୍ତୃତା ଇତ୍ୟାଦି ପରିବେଷଣ କରାଯାଇଥିଲା।ମୁଖ୍ୟ ଅତିଥି ତାଙ୍କ ଭାଷଣ ମାଧ୍ୟମରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ମହାକାଶ ଦିବସର ପାଳନର ମହତ୍ତ୍ଵ ଏବଂ ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ୨୦୪୭ ରେ ଭାରତ କିଭଳି ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ତାହା ମାର୍ଗଦର୍ଶନ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ସାର୍ଟିଫିକେଟ ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ।ସଙ୍ଗୀତ ଶିକ୍ଷିକା ପଦ୍ମଜା ବେହେରା,ବରିଷ୍ଠ ଶିକ୍ଷକ ସିମାଞ୍ଚଳ ଗୌଡ଼ ଜୀବବିଜ୍ଞାନ ଶିକ୍ଷିକା ଅଙ୍ଗୁରବାଳା ମଞ୍ଚ ପରିଚାଳନା କରିଥିବା ବେଳେ ସୁଧିରଞ୍ଜନ ମହାପାତ୍ର,ଉଗ୍ରସେନ ନାୟକ,ଦିଗନ୍ତ ପଟ୍ଟନାୟକ,କବିତା ଜେନା,ସନ୍ତୋଷ ଜେନା,ସବିତା ପଣ୍ଡା,ଆଦିତ୍ୟ ମହତ,ନଗେନ୍ଦ୍ର ଶୁକ୍ଳା,କିଶାନ କୁମାର,ସୂର୍ଯ୍ୟକାନ୍ତ ଘଡ଼ାଇ ,ସତ୍ୟଭାମା ସ୍ୱାଇଁ ଏବଂ ପ୍ରଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପୂର୍ଣ୍ଣ ସହଯୋଗ କରିଥିଲେ।ସର୍ବ ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଅଧିର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
Article Image
Article Image
Article Image
Article Image
Article Image
3