ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବିଜେଡି ର ହେବିୱେଟ ନେତା ବିଜେପି ଦଳରେ ସାମିଲ ହେଲେ*

ଯାଜପୁର, 24/08/2025, ଉତ୍କଳ voice news - utkalvoicenews.com( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବିଜେପିର ମହାମିଶ୍ରଣ ପର୍ବ ଆଜି ହେବିଓ୍ବେଟ୍ ନେତା ବିଜେଡି ଛାଡି ବିଜେପି ରେ ମିଶିଲେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ବିଜେପି ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ, ଧର୍ମଶଳା ବିଧାୟିକ ହିମାଂଶୁ ଶେଖର ସାହୁ ଙ୍କ ଉପସ୍ଥିତି ରେ ରାଜ୍ୟ ପାଟି ଅଫିସ ରେ ମହା ମିଳନ ରେ ସାମିଲ ହୋଇ ପ୍ରମୁଖ ଉପସ୍ଥିତିରେ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧି ବିଧିବଦ୍ଧ ଭାବେ ମିଶାଇଲେ ବଡ଼ଚଣା ବିଜେଡିକୁ ଶକ୍ତ ଝଟକା ଅମର ନାୟକଙ୍କ ଗୋଟି ଚାଳନାରେ ଭୁଶୁଡି ପଡ଼ିଲା ବଡ଼ଚଣା ବିଜେଡି ର ଦୁର୍ଗ ଯେଉଁମାନେ ଆଗ ଧାଡ଼ିର ବିଜେଡିର ମଙ୍ଗ ଧରିଥିବା ହେବିଓ୍ବେଟ୍ ନେତା ଏବେ ବିଜେଡି ଛାଡି ବିଜେପି ରେ ମିଶିଗଲେ ପୂର୍ବତନ ବ୍ଲକ ବିଜେଡି ସଭାପତି ଓ ଜିଲ୍ଲାପରିଷଦ ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ଯତୀନ୍ଦ୍ର ପ୍ରସାଦ ନାୟକ, ବିପିନ ବିହାରୀ ଜେନା,ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ସରପଞ୍ଚ ରଞ୍ଜନ କୁମାର ଦାସ, ରଞ୍ଜନ କୁମାର ନାୟକ,ସମିତି ସଭ୍ୟମଧୁସୂଦନ ବଳ, ସରପଞ୍ଚ ଯଯାତି କେଶରୀ ରାଉତ, ସରପଞ୍ଚ ନବଦିପ୍ ନାୟକ, ସୁଶ୍ରୀ ମିଶ୍ର, ଅକ୍ଷୟ କୁମାର ରାଉତ, ଦେବଯାନୀ ମହାପାତ୍ର, ରଶ୍ମିତା ସ୍ୱାଇଁ, ମିନତୀ ଦଳେଇ, ଚନ୍ଦ୍ର ଜେନା, ଶେଖ ଗନି, ତନୁଶ୍ରୀ ଦାସ, ବିଭୁତି ଭୂଷଣ ସାମଲ ,ସ୍ମରଣିକା ବଳ, ପ୍ରଭାସିନୀ ମଳିକ, ଦୁର୍ଗାବତୀ ସାମଲ ଓ କାମିନୀ ନାୟକ ପ୍ରମୁଖ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ତୁଙ୍ଗ ବିଜେଡି ନେତା ସାମିଲ ହୋଇ ଥିଲେ
Article Image
11