ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଡ଼ା, ଦାମୋଦର ରାଉତଙ୍କ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତୁତି ବୈଠକ।*

ବାଲିତୁଠ, 24/08/2025, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )* 👉🏻
Article Image
ଏରସମାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ଡ଼ା, ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସର୍ବଦଳୀୟ ବୈଠକ ଏରସମା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଶିକ୍ଷାବିତ ନିମାଇଁ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏରସମା ବ୍ଲକ୍ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ନେତ୍ରୃମଣ୍ଡଳୀମାନେ ଯୋଗଦେଇଥିଲେ।ଏହି ଅବସରର ଡ଼ା, ରାଉତଙ୍କ ଦୀର୍ଘ ରାଜନୈତିକ ଜୀବନ କାଳରେ ଏରସମା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଥିଲା।ସେହି ଦିବଙ୍ଗତ ଜନ ନେତାଙ୍କର ଏକ ପ୍ରତିମୂର୍ତ୍ତି ଏରସମା ଠାରେ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।ତେବେ ଏ ସମ୍ପର୍କିତ ନିତି ନିର୍ଦ୍ଧାରଣ,ସ୍ଥାନ ନିରୂପଣ ଓ ସର୍ବ ଦଳୀୟ କମିଟି ଗଠନ ସମ୍ପର୍କରେ ଆଗାମୀ ଏକ ପ୍ରସ୍ତୁତି ବୈଠକରେ ବିଶଦ ଆଲୋଚନା ପାଇଁ ମତ ପ୍ରକାଶ ପାଇଛି।ଆଜିର ବୈଠକରେ ଡ଼ା,ରାଉତଙ୍କ କନ୍ୟା ପ୍ରିତୀନନ୍ଦା ରାଉତରାୟ,ପ୍ରଭାକର ପଣ୍ଡା,ଧ୍ୱଜରାଜ ଖଣ୍ଡୁଆଳ,ଅକ୍ଷୟ ସ୍ଵାଇଁ,ନ୍ରୂଶିଂହ ସାହୁ,ଜୟନ୍ତ ବିଶ୍ଵାଳ,ଡ଼,ଶରତ ଚନ୍ଦ୍ର ପରିଡା,ଆଦିକନ୍ଦ ସ୍ଵାଇଁ,ନିରାକାର ସ୍ଵାଇଁ, ତପନ ଗଛାୟତ,ଜଜାତି ସାମନ୍ତରାୟ,ଡ଼ା, ତନ୍ମୟ ସେଠି,ବିଜୟ ପାଳ,ଦୀପ୍ତି ରଞ୍ଜନ କୁଅଁର,ବସନ୍ତ ମଞ୍ଜରୀ ଦାସ,ନଗେନ୍ଦ୍ର ତରାଇ ଓ ବୈଦ୍ୟନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
10