କରିଲୋପାଟଣା, 25/08/2025, ଉତ୍କଳ voice news - utkalvoicenews.com
କେନ୍ଦ୍ରାପଡା ଜିଲ୍ଲା ଅଧିନ ମାର୍ଶାଘାଇ ବ୍ଲକ କରିଲୋପାଟଣା ଡିଗ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ।କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଁ ମଧ୍ୟ ସରକାରୀ ଅନୁଦାନରୁ ବଞ୍ଚିତ।'ସମାନ କାମକୁ ସମାନ ଦରମା' ଦାବି ନେଇ ପୂର୍ବତନ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ମାତ୍ର ରାଜ୍ୟରେ ସରକାର ପରିବର୍ତ୍ତନ ହେଇଥିଲେ ମଧ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ସେଇ ସମାନ ଦାବିନେଇ ବର୍ତ୍ତମାନର ସରକାରଙ୍କୁ ମଧ୍ୟ ଦାବି କରିଆସୁଛନ୍ତି।ଏଯାବତ୍ ଏ ସମସ୍ୟାର କିଛି ସମାଧାନ ବ୍ୟବସ୍ଥା ସରକାର ଗ୍ରହଣ କଲେ ନାହିଁ।ଯେଉଁଥି ପାଇଁ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଓଡିଶା ର ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶରେ କାର୍ଯ୍ୟବନ୍ଦକୁ ସମର୍ଥନ ଜଣାଉଛନ୍ତି।ଅନ୍ୟପଟେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ (ଜିଆଇଏ) ବାହାରକରିବାକୁ ଦାବି ରହିଛି।ତେବେ ଏ ସମ୍ପର୍କରେ ସରକାର ତୁରନ୍ତ ବିଚାରକୁ ନେଇ କାର୍ଯ୍ୟଗତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନିଜର ଦାବିଅନୁସାରେ ଉଚିତ ପଦକ୍ଷେପ ଦାବିରେ ନାୟ୍ଯା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ଜୋର ଧରିଛି।ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ।ତେବେ ଦେଖିବାକୁ ଆଗକୁ ସରକାର ଏ ସମ୍ବନ୍ଧରେ କି ପ୍ରକାର ନିଷ୍ପତ୍ତି ନେଉଛନ୍ତି।