ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଜନଶୁଣାଣୀ ଶିବିରରେ ସରପଞ୍ଚ ଙ୍କ ଆତ୍ମାହୁତି ଚେତାବନୀ।*

ତିର୍ତ୍ତୋଲ, 25/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଯୁଗ୍ମ ଜନଶୁଣାଣୀ ଶିବିରର ରେ ସରପଞ୍ଚ ଙ୍କ ଆତ୍ମାହୁତି ର ଚେତାବନୀ। ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ଦୀର୍ଘ ତିନିବର୍ଷ ଧରି ପୁରାତନ ବିଦ୍ୟାଳୟ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ତିରଣ ରେ ହେଉଥିବା ବ୍ୟାପକ ଅନିୟମିତତା ପୋକା ଚାଉଳରେ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ଦିଆଯାଉଥିବା ବେଳେ ଦୀର୍ଘ ବର୍ଷଧରି ପ୍ରଧାନ ଶିକ୍ଷକ ଅଭାବ ଭଳି ଅନେକ ସମସ୍ୟାକୁ ନେଇ ବିଇଓ, ଡିଇଓ ଙ୍କ ସହ ସମସ୍ତ ଉପରସ୍ତ ଅଧିକାରୀଙ୍କୁ ଜଣାଇବା ସହ ବିଦ୍ୟାଳୟ ସମ୍ମୁଖରେ ମଧ୍ୟ ସରପଞ୍ଚ ଧାରଣାରେ ବସିଥିଲେ।କିନ୍ତୁ ଏ ପର୍ଯ୍ୟନ୍ତ କିଛି ସମାଧାନ ହୋଇ ପାରୁଲା ନାହିଁ। ତେବେ ଶେଷ ଅଭିଯୋଗ ଜଣାଇବା ପାଇଁ ତିର୍ତ୍ତୋଲ ବ୍ଲକ ରେ ହେଉଥିବା ଆଜିର ଜନଶୁଣାଣୀ ରେ ନିଜର ଅଭିଯୋଗ କୁ ଉପ ଜ଼ିଲ୍ଲାପାଳ ଙ୍କ ଆଗରେ ପ୍ରକାଶ କରି କହିଥିଲେ ଯେ ଏହି ଘଟଣାକୁ ନେଇ ମୋ ମାନସିକ ଠିକ ରହୁନି ଯଦି ତିନିଦିନ ଭିତରେ ଏହାର ସମଧାନ ନହୁଏ ତେବେ ମୁଁ କିଛି ବି କରିପାରେ ଏମିତି ବ୍ଲକ ସମ୍ମୁଖରେ କିରୋସିନି ଢାଳି ଆତ୍ମହୁତି କରିବେ ବୋଲି ସରପଞ୍ଚ ମତ ରଖିଛନ୍ତି। ଅନ୍ୟପକ୍ଷେ ଜ଼ିଲ୍ଲାର ସମସ୍ତ ବ୍ଲକ ରେ ହେଉଥିବା ଯୁଗ୍ମ ଜନଶୁଣାଣୀ କୁ ଜ଼ିଲ୍ଲାପାଳ ଯେ ସୋନାଲ ଯାଉଥିବା ବେଳେ ତିର୍ତ୍ତୋଲ ବ୍ଲକରେ ହେଉଥିବା ସମସ୍ତ ଯୁଗ୍ମ ଜନଶୁଣାଣୀ କୁ ଆସୁନାହାନ୍ତି ଯାହାକୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ,ଏଡ଼ିଏମ ଏସପି ଙ୍କ ଜରିଆରେ ହେଉଥିବା ସମସ୍ତ ଜନଶୁଣାଣୀ ଲୋକ ଦେଖାଣିଆ ହେଉଥିବା ନେଇ ମତ ରଖିଛନ୍ତି ମୂଳିସିଂ ସରପଞ୍ଚ ସଫିଆ ଆଜ଼ାମ।
Article Image
2