ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ରେ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୮ ଖେଳାଳୀ*

ଢେ଼ଙ୍କାନାଳସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ରେ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୮, 26/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ରେ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ୮ ଖେଳାଳୀ ଚେନ୍ନାଇ, ତାମିନାଡୁର ଜବହାର ଲାଲ୍ ନେହେରୁ ଇନ୍ଦୋର ଷ୍ଟାଡ଼ିୟମ ଠାରେ ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ଚାଳିତ ମାସ ୨୭ ରୁ ୩୧ ପର୍ଯନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ବାଳକ ବିଭାଗରେ ୨ଜଣ ବିହାନ ଜେନା , ଭବାନୀ ପ୍ରସାଦ ଭଞ୍ଜ ଏବଂ ବାଳିକା ବଭାଗରେ ରେ ୬ଜଣ ଅଙ୍କିତା ପ୍ରିୟଦର୍ଶିନୀ ଭଞ୍ଜ, ଅନୁଶୟା ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଶ୍ରୀତ୍ରିସ୍ନା ସାହୁ, ବିଷ୍ଣୁପ୍ରିୟା ଭୋଳ, ରିତିଶା ମହାପାତ୍ର ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ।ଏହିମାନେ ଅନୁଗୋଳ ଠାରେ ଅନୁଷ୍ଠିତହୋଇ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଉଥିର୍ଣ୍ଣ ହୋଇ ଚୟନ ହୋଇଛନ୍ତି । ଉକ୍ତ ପ୍ରତଯୋଗିତାରେ ରେ ଭାଗ ନେବାପାଇଁ ସମ୍ପୂର୍ଣ ଖର୍ଚ୍ଚ କ୍ରୀଡ଼ା ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ବହନ କରାଯାଇଛି।ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ।ଏହି ଖେଳାଳୀ ମାନେ ମଙ୍ଗଳବାର ଦିନ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି।ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,ଯୁଗ୍ମ ସମ୍ପାଦକ ବାପି ସାମଲ ,କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
2