ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଆମ୍ ଆଦମୀ ପାର୍ଟି କରିବ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ, ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର*

*ଢେଙ୍କାନାଳ*, 26/08/2025, ଉତ୍କଳ voice news - utkalvoicenews.com ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୧୫ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ସପୋର୍ଟ ଷ୍ଟାଫ ନିଯୁକ୍ତି ଓ ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଦାବି, ନଚେତ ଆମ୍ ଆଦମୀ ପାର୍ଟି କରିବ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ, ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବିପତ୍ର
Article Image
ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହାର ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ, ମନ୍ତ୍ରଣାଳୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି l ସୂଚନା ଅନୁସାରେ ଜିଲ୍ଲାରେ ସମୁଦାୟ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୪୪୦ ରୁ ମାତ୍ର ୧୨୬ ଜଣ ଡାକ୍ତର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି l ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ସଂଖ୍ୟା ୧୧୭ ରୁ ମାତ୍ର ୨୫ ଜଣ କାର୍ଯ୍ୟରତ l ଏହାର ସମାଧାନ ନିମନ୍ତେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ଦାବିପତ୍ର ଗତ ମାସ ୨୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ପୂର୍ବ ଦାବି ମଧ୍ୟରୁ କେବଳ ରୋଗୀଙ୍କୁ ଖାଦ୍ୟ ଏବଂ ସଫେଇ କାର୍ଯ୍ୟ ପୂରଣ କରାଯାଇଛି l ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ସରକାର କରିବେ ବୋଲି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି l ଅନୁଗୁଳ ଜିଲ୍ଲାରେ ଏମ ଆର ଆଇ ମେସିନ ଲାଗିଛି l ହେଲେ ଢେଙ୍କାନାଳ ଜିଲ୍ଲାରେ ଲାଗିପାରିଲା ନାହିଁ l ଦୀର୍ଘ ଦିନ ହେଲା ଜିଲ୍ଲାରେ ଡାକ୍ତର ମରୁଡି ଦେଖାଦେଇଛି l ସେହିପରି ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି l ଚଳାଇବାକୁ ଷ୍ଟାଫ ନାହାନ୍ତି l ଜଣେ ଷ୍ଟାଫ ଏକାଧିକ କାର୍ଯ୍ୟ କରୁଥିବାରୁ ସେମାନେ ରୋଗୀଙ୍କ ଉପରେ ଦାଉ ଶୁଝାଉଛନ୍ତି l ରକ୍ତ ନମୁନା ନେଇ ଘରୋଇ ସଂସ୍ଥା ଏବଂ ଘରୋଇ କ୍ଲିନିକରେ ରାଜସ୍ବ ଖର୍ଚ୍ଚ କରାଯାଇ ପରୀକ୍ଷା କରାଯାଉଛି l ଆଇସିୟୁର ଯନ୍ତ୍ରପାତି ଖତ ହେଉଛି। ଗୁରୁତର ଆହତ ରୋଗୀର ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ହସ୍ପିଟାଲର ରୋଗୀଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ଷ୍ଟାବିଲlଇଜର ସହିତ ଏସି ମେସିନ ଓ ଫ୍ୟାନ ଲାଗିଥିଲା l ସେଥରୁ ଅନେକ ଅଚଳ ହୋଇପଡିଛି l ଆମ୍ ଆଦମୀ ପାର୍ଟିର ୯ ଦଫା ଦାବିରେ: ଆବଶ୍ୟକ ମୁତାବକ ଡାକ୍ତର ଓ ଷ୍ଟାଫ ନର୍ସ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ପାଇଁ ଅପରେଟର ନିଯୁକ୍ତି, ମୁଖ୍ୟ ଚିକିତ୍ସାଳୟରେ MRI ଯନ୍ତ୍ରର ବ୍ୟବସ୍ଥା, ନିଦାନ ସରଞ୍ଜାମ ଚଳାଇବା ପାଇଁ ଆବଶ୍ୟକ ମୁତାବକ କର୍ମଚାରୀ ନିଯୁକ୍ତି, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା ଏବଂ ଆଉଟସୋରସିଂ ବ୍ୟବସ୍ଥା ବନ୍ଦ କରିବା, ସିଟି ହସ୍ପିଟାଲରେ ଆଉ ଜଣେ ଡାକ୍ତର ସହିତ ଅନ୍ୟ କର୍ମଚାରୀ ନିଯୁକ୍ତି ଦେବା ଓ ମୁଖ୍ୟ ଚିକିତ୍ସାଳୟ ଭିତରେ କିଡ଼ନୀ, ହୃତପିଣ୍ଡ, କର୍କଟ, ଲିଭର ରୋଗୀ ମାନଙ୍କୁ ସୁଲଭ ମୂଲ୍ୟରେ ଔଷଧ ପ୍ରଦାନ କରିବା ପ୍ରମୁଖ l ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଢେଙ୍କାନାଳ ସାଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଧଳ, ଉପସଭାପତି ଶତ୍ରୁଘ୍ନ ଭୂୟାଁ, ବ୍ଲକ ସଭାପତି ବିଭୂରଞ୍ଜନ ସାହୁ, ପ୍ରସନ୍ନ ବରାଳ, ଭୀଷ୍ମଦେବ ବେହେରା ପ୍ରମୁଖ ଉପସ୍ଥିତି ଥିଲେ l
2