ଜଗତସିଂହପୁର, 26/08/2025, ଉତ୍କଳ voice news - utkalvoicenews.com
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ନୁତନ ଭାବରେ ଶ୍ରୀ ଦିପକ କୁମାର ସେଠୀ ଆଞ୍ଚଳିକ ପରିବହନ ଅଧିକାରୀ ଭାବରେ ଆଜି ଯୋଗଦେଇ ଥିଲେ। ଏହି ଅବସରରେ ଶ୍ରୀ ନିର୍ମଳ ମହାନ୍ତି ଆଞ୍ଚଳିକ ପରିବହନ ଅଧିକାରୀ, ଜଗତସିଂହପୁର ରୁ ଆଞ୍ଚଳିକ ପରିବହନ ଅଧିକାରୀ ନୟାଗଡ଼ କୁ ବଦଳି ହୋଇଛି। ନୁତନ ଅଧିକାରୀ ଙ୍କୁ ସ୍ଵାଗତ ସମାରୋହ ସହିତ ଶ୍ରୀ ମହାନ୍ତି ଙ୍କ ବଦଳି ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଅତ୍ୟନ୍ତ ଭାବପ୍ରବଣ ଥିଲା। ଶ୍ରୀ ମହାନ୍ତି ଜଣେ ସରଳ ଅମାୟୀକ ଭଦ୍ର କର୍ମନିଷ୍ଠ ମଣିଷ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ ହୋଇଥିଲେ। ସଡ଼କ ସୁରକ୍ଷା ଭଳି ସଚେତନତା କାର୍ଯ୍ୟକ୍ରମ କରି ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହରାଞ୍ଚଳ ରେ ପ୍ରଚାର ପ୍ରସାର କରିଥିଲେ। ଗୋଟିଏ ମଣିଷ ର ଜୀବନ କେତେ ମୂଲ୍ୟବାନ ସଚେତନତା ମାଧ୍ୟମରେ ପ୍ରଚାର ଏବଂ ପ୍ରସାର କରିବା ରେ ସଫଳ ହେଇଥିଲେ ବୋଲି ଉପସ୍ଥିତ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ।ଏଥିରେ ବିଶିଷ୍ଟ ସମାଜସେବୀ ଡକ୍ଟର ସୁନାକର ବେହେରା,ଯାନ ନିରିକ୍ଷକ ପ୍ରତାପ କୁମାର ବେହେରା ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଗୋଲକ ମୁଦୁଲି, ଗୁରୁ ଗୋରେଖନାଥ ଟ୍ରାଭେଲର୍ସ ମାଲିକ ନିଲୁ ମହାନ୍ତି ଜିଲ୍ଲାର କିଛି ସରପଞ୍ଚ ଉପସ୍ଥିତ ସମେତ କାର୍ଯ୍ୟାଳୟ ର ସହକର୍ମୀ ବୃନ୍ଦ ଉକ୍ତ ସଭା କୁ ପରିଚାଳନା କରିଥିଲେ।