ଜଗତସିଂହପୁର, 16/11/2024, ଉତ୍କଳ voice news - utkalvoicenews.comଆଜି ନଭେମ୍ବର ୧୬ କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଇଥିବାବେଳେ ଆଜି ଓଡ଼ିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ଜ଼ିଲ୍ଲା ଶାଖା ପକ୍ଷରୁ ଜଗତସିଂହପୁର ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି. ଏହି ଅବସରରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଥିବା ଶିଶୁ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା. ଏଥିରେ ସଙ୍ଘ ଜ଼ିଲ୍ଲା ସମ୍ପାଦକ ସରୋଜ କାନ୍ତ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗତସିଂହପୁର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି ଯୋଗଦେଇ ବୃକ୍ଷ ରୋପଣ କରିଥିଲେ, ଜ଼ିଲ୍ଲାସଭାପତି ସୁନାକାର ବେହେରା, ଜ଼ିଲ୍ଲା ଉପସଭାପତି ଗିରିଜା ପ୍ରସାଦ ମହାନ୍ତି, ରାଜ୍ୟ ସମ୍ପାଦକ ଦୃଯ୍ୟଧାନ ମହାରଣା, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ନାୟକ, ରାଜ୍ୟ ସଦସ୍ୟ ଟୁକନ ଚରଣ ସେଠି, ମେଡ଼ିଆ ସଂଯୋଜକ ରଞ୍ଜନ ଖୁଣ୍ଟିଆ, ସଂଗଠନ ସମ୍ପାଦକ ଗୟାଧର ମହାରଣା, ସହ ସମ୍ପାଦକ ବିପିନି କୁମାର ସେଠି, କୁଜଙ୍ଗ ବ୍ଲକ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, କୋଷାଧକ୍ଷ ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ସହ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ଏରସମା ବ୍ଲକ ଓଯେୟୁ ସଭାପତି ଦୀପ୍ତି ରଞ୍ଜନ ଖଣ୍ଡୁଆଳ, ବରିଷ୍ଠ ସସଭ୍ୟା ରିତା ସାହୁ, ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ସୁବ୍ରତ କୁମାର ମଲ୍ଲିକ, ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ.


