ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*କୁଜଙ୍ଗକୁ ଏନ୍ଏସି ଦାବି ନେଇ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଲା ସଚେତନ ନାଗରିକ ମଞ୍ଚ*

କୁଜଙ୍ଗ , 26/08/2025, ଉତ୍କଳ voice news - utkalvoicenews.comମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ:
Article Image
ଆନ୍ଦୋଳନକୁ ସମର୍ଥନ ଦେଲେ ଜଗତସିଂହପୁର ସାଂସଦ :-
Article Image
ନଭେମ୍ବର ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ କୁ ଓଲ୍ହାଇବା ନେଇ ଘୋଷଣା କଲା ନାଗରିକ ମଞ୍ଚ ::
Article Image
ଜଗତସିଂହପୁରଜିଲ୍ଲା କୁଜଙ୍ଗକୁ ଏନଏସି ଘୋଷଣା କରିବା ଦାବିନେଇ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ କୁଜଙ୍ଗସ୍ଥିତ ଜୟଗୁରୁ ମନ୍ଦିର ନିକଟରୁ ଶତାଧିକ କୁଜଙ୍ଗର ସଚେତନ ନାଗରିକମାନେ ଏକ ବିରାଟ ଶୋଭାଯାତ୍ରାରେ କୁଜଙ୍ଗ ବଜାର ପରିକ୍ରମା କରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଂଚିଥିଲେl ସେଠାରେ କୁଜଙ୍ଗ ସଚେତନ ନାଗରିକ ମଂଚର ଆବାହକ ରଘୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୀତାମ୍ବର ତରାଇ, ହୃଷୀକେଶ ନାଥ, ସୁବାସ ମହାପାତ୍ର, ରଂଜିତ ବିଶ୍ୱାଳ, ମନିନ୍ଦ୍ର ଗୁରୁ, କୈଳାଶ ଷଡଙ୍ଗୀ, ବାବୁରାମ ଚୌଧୁରୀ, ବିଷ୍ଣ ଚରଣ ମଦୁଲୀ, ପ୍ରଫୁଲ୍ଲ ମହାପାତ୍ର, ମାୟଧର ଦାସ, ପ୍ରିୟମ୍ବଦା ପାଣି, ଜିନ୍ମୟୀ ସାହାଣୀ, ମନୋଜ ପାତ୍ର,ରାମଦାସ ମହାନ୍ତି, ବିବେକାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କୁଜଙ୍ଗ ର ଏନଏସି ମାନ୍ୟତା ଲାଭ ପାଇଁ ସମସ୍ତ ଯୋଗ୍ୟତା ସତ୍ବେ ରାଜ୍ୟ ସରକାର ଏନଏସି ଘୋଷଣା ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଥିଲେ। ଦାବି ଗ୍ରହଣର 10 ଦିନ ମଧ୍ୟରେ ଯଦି ଦାବି ପୂରଣ ନ କରନ୍ତି ,ତାହେଲେ ଆସନ୍ତା ନଭେମ୍ବର ମାସ ନଅ ତାରିଖରେ କୁଜଙ୍ଗ ବନ୍ଦ ହେବା ସହିତ ଧାରଣା ଦିଆଯିବ l ଏହାପରେ ଆଇନ ଅମାନ୍ୟ ଆନ୍ଦୋଳନ ମଧ୍ୟ କରାଯିବ l ଲୋକମାନେ ଜେଲ ଯିବାକୁ ପ୍ରସ୍ତୁତ ବୋଲି ରୋକଠୋକ ଶୁଣାଇ ଥିଲେ ଆନ୍ଦୋଳନକାରି l l କୁଜଙ୍ଗ ଆଥଲେଟିକ କ୍ଳବ ସମ୍ପାଦକ ରଜନୀକାନ୍ତ ଗୁରୁ , ଆଜାଦହିନ୍ଦ କ୍ଲବ ସମ୍ପାଦକ ରମେଶ ଦାସ, ଓକିଲ ସଂଘ ସମ୍ପାଦକ ବ୍ରଜକିଶୋର ରାଉତ,କୁଜଙ୍ଗ ପ୍ରେସ କ୍ଲବ ସମ୍ପାଦକ ଦୁଷ୍ମନ୍ତ ମାଝୀ ,ବିଶର ମହାନ୍ତି ସଂକୃତି ପରିଷଦ ସମ୍ପାଦକ ଅରୁପ୍ରସାଦ ମହାନ୍ତି ଓ କୁଜଙ୍ଗର ପ୍ରାୟ ପଚାଶରୁ ଉର୍ଦ୍ଧ କ୍ଳବର କର୍ମକର୍ତାମାନେ ଧାରଣା ସ୍ଥଳରେ ପହଂଚି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ l ଆନ୍ଦୋଳନକାରି ଭାଷଣରେ କହିଥିଲେ ଯେ ,ତତକାଳୀନ ନବୀନ ପଟ୍ଟନାୟକ ସରକାର ସମୟରେ ଲୋକଙ୍କ ଦାବି ଯୋଗୁ ଓ ନିଯୁକ୍ତ ସରକାରୀ ତଦନ୍ତକାରି ଅଫିସରଙ୍କ ସୁପାରିଶ କ୍ରମେ କୁଜଙ୍ଗ ଭିତ୍ତିଭୂମି ଅନୁଧ୍ୟାନ କରି କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଇଥିଲା l ତେବେ ନବୀନ ସରକାର ବଦଳିବା ପରେ ବର୍ତ୍ତମାନର ମୋହନ ସରକାର ଗତ 15 ଅଗଷ୍ଟରେ 7 ଜିଲ୍ଲାରୁ 12 ନୂଆ ଏନ୍ଏସି ଘୋଷଣା କରିଥିବାବେଳେ ତାଲିକାରୁ କୁଜଙ୍ଗକୁ ବାଦ ଦିଆ ଯାଇଛି l ରାଜ୍ୟରେ କୁଜଙ୍ଗ ଏକ ସମୃଦ୍ଧ ବ୍ୟବସାୟୀକ କେନ୍ଦ୍ର l କୁଜଙ୍ଗ ବିଚାର ବିଭାଗୀୟ ଜିଲ୍ଲା ମାନ୍ୟତା ପାଇଛି ଓ ପାରାଦୀପ ଶିଳ୍ପ ସହର କୁଜଙ୍ଗକୁ ଛୁଇଁ ସାରିଛି l କୁଜଙ୍ଗରେ ଶତାଧିକ ସରକାରୀ କାର୍ଯ୍ୟାଳୟ ଓ ପ୍ରଶାସନ କ୍ଷେତ୍ରରେ ଜିଲ୍ଲାରେ ଆଗୁଆ ଥିବାବେଳେ କୁଜଙ୍ଗକୁ ଜାଣିଶୁଣି ଅବହେଳା କରାଯାଉଛି ବୋଲି ସଭାରେ କହିଥିଲେ l ମଙ୍ଗଳବାର ଭୀଷଣ ବର୍ଷା ସତ୍ୱେ ଲୋକମାନେ ବର୍ଷାରେ ଭିଜି ଭିଜି ସଭାସ୍ଥଳକୁ ଆସିଥିଲେ l
Article Image
Article Image
Article Image
1