ତିର୍ତୋଲ, 27/08/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :

ଘରୁ ବାହାରିଲେ ପାଣି ଆଉ କାଦୁଅ. ଦୈନିକ ପାଣି କାଦୁଅରେ ଚାଲି ଚାଲି ବିଭିନ୍ନ ରୋଗର ଶିକାର ପୁରା ପରିବାର. ଘରେ ରୋଗୀଣା ସ୍ତ୍ରୀକୁ ଡାକ୍ତରଖାନା ନେବାକୁ ହେଲେ ଭାର କରି ନେବାକୁ ହୁଏ. ଦଶବର୍ଷ ଧରି ତିର୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଂଚାୟତର ଭାରଗୋଳ ବାସିନ୍ଦା ଦିଲ୍ଲୀପ ମଲ୍ଲିକ ଏହି ଦୁଃଖ ଭୋଗୀ ଆସୁଛନ୍ତି. ତଳୁ ଉପର ଯାଏ ପ୍ରଶାସନ ସ୍ତରରେ ଜଣାଇଆସୁଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ତାଙ୍କ ଗୁହାରି. ଘର ସାମ୍ନାରେ 779 ପ୍ଲଟ ସରକାରୀ ଜମିକୁ ଜୈନିକ ବେକ୍ତି ଜବର ଦଖଲରେ ରଖିଥିବାବେଳେ ଉକ୍ତ ପରିବାରକୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହ ରାସ୍ତା ଅବରୋଧ କରିବା ଘଟଣା ସାମ୍ନାକୁ ଆସିଛି.ତହସିଲି ପ୍ରଶାସନ ରୁ ଜିଲ୍ଲାପ୍ରଶାସନ ଯାଏ ଅଭିଯୋଗ କଲେ ମଧ୍ୟ ଫଳ ସୁନ. ନଦୀବନ୍ଧ ଠାରୁ ଦିଲ୍ଲୀପ ମଲିକଙ୍କ ବାସଗୃହ ପର୍ଯନ୍ତ 2022 2023 ବର୍ଷର f. D. ର ଫଣ୍ଡ ସରକାରୀ କାର୍ଯ୍ୟକୁ ସମ୍ପୃକ୍ତ ପଡୋଶୀ କରାଇଦେଇନଥିଲେ. ଦୀର୍ଘ ଦିନ ଧରି ପାଣିକାଦୁଅରେ ଚାଲି ଜୀବନ ଅତିବାହିତ କରୁଛନ୍ତି ଦିଲ୍ଲୀପ ମଲ୍ଲିକଙ୍କ ପୁରା ପରିବାର. ଡାକ୍ତରଖାନାକୁ ରୋଗୀ ନେବା ହଉ କି ପିଲାମାନଙ୍କ ବିଦ୍ୟାଳୟ ଯିବା ହେଉ ଦୈନିକ ପାଣି କାଦୁଅରେ ପଶି ରୋଗ ଗ୍ରସ୍ତ ହେବାକୁ ପଡୁଛି. ପାଖ ପଡୋଶୀଙ୍କ ମନମାନି ଓ ସରକାରୀ ଜମିକୁ ଜବରଦଖଲ କରି ରାସ୍ତା ନଛାଡିବା ଏକ ବଡ ସମସ୍ୟା ସୃଷ୍ଟି କରିଛି.ଏଥି ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ସମୂହ ପରିବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ତହସିଲି ପ୍ରଶାସନ ଆଗରେ ଧାରଣାରେ ବସିରହିବେ ବୋଲି ପ୍ରକାଶ କରିଛନ୍ତି. ଦେଖିବାକୁ ବାକି ରହିଲା ଦିଲ୍ଲୀପ ମଲ୍ଲିକ ପରିବାରକୁ କେବେ ନ୍ୟାୟ ମିଳୁଛି.
