କୁଜଙ୍ଗ , 27/08/2025, ଉତ୍କଳ voice news - utkalvoicenews.com
ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଭାରତରେ ମହା ଆନନ୍ଦରେ ବିଘ୍ନହରତା ପ୍ରଭୁ ଗଜାନନଙ୍କ ପୂଜା ସମସ୍ତ ବିଦ୍ୟାଳୟ, କ୍ଲବ୍, ଗାଁ ଗଣ୍ଡା ସହିତ ସମଗ୍ର ଆନୁଷ୍ଠାନିକ ମହାଆଡମ୍ବରରେ ପାଳନ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ରେ ମଧ୍ୟ ବିଘ୍ନ ବିନାୟକଙ୍କ ପୁଜା ପାଳନ କରାଯାଇଥିଲା। ଏହି S.K BEHERA AND ASSOCIATE ର ମୁଖ୍ୟ ସଲିଳ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଚାମ୍ବରର ସମସ୍ତ କର୍ମି ମାନେ ମିଳିମିଶି ବିଘ୍ନବିନାଶକଙ୍କ ପୂଜା ମହା ଆନନ୍ଦରେ ପାଳନ କରିଥଲେ। ପୂଜାରେ ଚାମ୍ବର ସମସ୍ତ କର୍ମକର୍ତ୍ତା ମାନେ ମିଶି ପୂଜା ପୂର୍ବଦିନ ସଫାସଫି କରିବା ସହିତ ପୂଜା ମଣ୍ଡପକୁ ସାଜସଜ୍ଜା କରିଥଲେ। ପରେ ଏହି ASSOCIATE ର ମୁଖ୍ୟ ସଲିଳ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଚାମ୍ବରର ଦାୟିତ୍ଵ ବହନ କରୁଥିବା ମୁଖ୍ୟ (Chita Ranjan Mallick) ଙ୍କ ସମେତ ଚାମ୍ବରର ସମସ୍ତ କର୍ମକର୍ତ୍ତା ପୁଷ୍ପାଞ୍ଜଳି ଅର୍ପଣ କରିଥଲେ, ଏବଂ ପରିଶେଷରେ ପ୍ରସାଦ ସେବନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥଲେ।