ଏରସମା, 27/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଜଗନ୍ନାଥପୁରୁ ମା" ସାତ ଭଉଣୀ ଯୁବକ ସଂଘ ପକ୍ଷରୁ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ମା" ସାତଭଉଣୀ ପୂଜା କମିଟିର ସମସ୍ତ ସଦସ୍ୟ ନୂତନ ବତ୍ସ ପରିଧାନ କରି ସାରିବାପରେ କର୍ତ୍ତା ବୀରବର ସାହାଣୀ ଚଟୁଆ ମାଣପୁରୁ ନଦୀରୁ କଳସ ବୁଡାଇବା ପରେ ମାଣପୁରୁ ନଦୀ ନିକଟରେ ପଣ୍ଡିତ ବିଭୁରଞ୍ଜନ ଦାଶ ପୂଜାର୍ଚ୍ଚନା କରିଥିଲେ। ବାଜା , ବାଣ , ଘଣ୍ଟ , ଘଣ୍ଟି , ହରି ବୋଲ ହୂଳହୁଳି ସହିତ ପୂଜା କମିଟିର ମେମ୍ବର ମାନେ ଚଟୁଆ ମାଣପୁରୁ ନିକଟରୁ ଏକ କଳସ ଯାତ୍ରାରେ ଆସି ଗଣେଶ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ପ୍ରଭୁ ଗଜାନନଙ୍କ ନିତି ନିୟମ ଅନୁସାରେ କଳସାଧିବାସ , ସୂର୍ଯ୍ୟପୂଜା , ଯଜ୍ଞ ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଦୁଇଦିନ ଧରି ପାଲା ପରିବେଷଣ କରାଯାଇଥିଲା । ଜଗନ୍ନାଥପୁରୁ ମା" ସାତଭଉଣୀ ପୂଜା କମିଟିର ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ସାହାଣୀ, ସଭାପତି ବିରବର ସାହାଣୀ ସୁରେଶ ସାହାଣୀ, ଉପ ସଭାପତି, ସୂର୍ଯ୍ୟକାନ୍ତ ମହାନ୍ତି, ସଂପାଦକ ଦୀପକ ସେଠୀ, ନୃସିଂହ ସାହାଣୀ , ଦେବଦତ୍ତ ସାହାଣୀ, ପ୍ରମୋଦ କୁମାର ସାହାଣୀ, ବିଭୁ ରଞ୍ଜନ ବିଶ୍ଵାଳ, ରାକେଶ ଦାସ, ବିପିନି, ତୋଫାନ, ବଳରାମ, ବାଦଲ, କାହ୍ନା, ବବୁଲ, ସୁମନ୍ତ ,ଜଗା, ସାଲୁଆ, ପବିନା, ପତିକି, ଭାସ୍କର, ନୃସିଂହ ବେହେରାଙ୍କ ସମେତ ମା" ସାତଭଉଣୀ ଗଣେଶ ପୂଜା କମିଟିର ସଦସ୍ୟ ମାନେ ପ୍ରଭୁ ଗଜାନନଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।