ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଏରସମା, 28/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଦୃର୍ଗାତ୍ସବ କମିଟି ପୂରାତନ ଛାତ୍ର ସଂଘ ତରଫରୁ ଗୁରୁବାର ଦିନ ମା" ଦୃର୍ଗାଙ୍କର ମାଟି ଉଠାଣ ପାଇଁ ମାଟି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଛି। ଚଟୁଆ ବଣିଆ ପାଟ ସ୍ଥିତ ମେଦ ଠାରେ କର୍ତ୍ତା କୂଳମଣି ବିଶ୍ଵାଳ ମାଟି ପୂଜାର୍ଚ୍ଚନା କରିସାରିବା ପରେ ମା"ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠାଯାଇ ଚଟୁଆ ଦୃର୍ଗାମଣ୍ଡପକୁ ନିଆଯାଇଥିଲା। ଚଳିତବର୍ଷ ଦୃଗାପୂଜାର ମା"ଲକ୍ଷ୍ମୀ ଓ ସରସ୍ଵତୀଙ୍କ ପାଇଁ ରୁପାର ଚାନ୍ଦିମୁକୁଟ ପ୍ରକାଶ ନାୟକ, ଆଶୁତୋଷ ନାୟକ, ଶ୍ରୀନିବାସ ନାୟକ, ସନ୍ତୋଷ ନାୟକ ଓ ଅଶୋକ ନାୟକ ଦାନ କରିଛନ୍ତି।ଏହି ମାଟି ଉଠାଣ କାର୍ଯ୍ୟକ୍ରମକୁ ଚଟୁଆ ଦୃଗାତ୍ସବ କମିଟିର ସଭାପତି ମନୋଜ କୁମାର ମହାନ୍ତି, ଉପସଭାପତି ଭରତ ଚନ୍ଦ୍ର ବରାଳ, ସଂପାଦକ ବସନ୍ତ କୁମାର ନାୟକ,ସହ ସଂପାଦକ ଅକ୍ଷୟ ସ୍ବାଇଁ,ପୃବତନ ସଂପାଦକ ଅଂଶୁମାନ ମିଶ୍ର , ଅନିଲ କୁମାର ସାମନ୍ତରାୟ କଳ୍ପତରୁ ବିଶ୍ଵାଳ,,ସୁଧାକର ବିଶ୍ଵାଳ , ସୁମନ୍ତ କୁମାର ବାରିକଙ୍କ ସମେତ ଚଟୁଆ ଦୃଗାତ୍ସବ କମିଟିର ମେମ୍ବର ମାନେ ମା" ଦୃର୍ଗାଙ୍କ ମାଟିଉଠା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
Article Image
1