ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁନି କୁନି ପିଲା ମାନଂକ ଦ୍ବାରା ଗଣପତି ଙ୍କ ପୂଜା ସମାପନ

ଏରସମା, 28/08/2025, ଉତ୍କଳ voice news - utkalvoicenews.com( ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଦର୍ଶକ ବନ୍ଧୁ ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ବିଘ୍ନଃହରତା ପ୍ରଭୁ ଗଣପତି ଗଜାନନଙ୍କ ପୂଜା ଅନଷ୍ଠିତ ହୋଇଯାଇଛି। ଯେମିତି କି ଆମେ ଜାଣିଛେ ଆଗରୁ ଗଣପତିଙ୍କ ପୂଜା କେବଳ ସ୍କୁଲ୍ ଓ କଲେଜ ମାନଙ୍କରେ ହୋଇଆସୁଥିଲା। କିନ୍ତୁ ସମୟ କ୍ରମେ ଏହା ଧୀରେ ଧୀରେ କ୍ଲବ୍,ଗାଆଁଗଣ୍ଡା, ବିଭିନ୍ନ ପ୍ରକାର ଅନୁଷ୍ଠାନ ଏମିତିକି ବଡ଼ ବଡ଼ ସହରରେ ଏହା ଏକ ପ୍ରସିଦ୍ଧ ପାଲଟିଛି । ଯାହା ଫଳରେ କି ସମଗ୍ର ରାଜ୍ୟରେ ଗଣେଶ ଚତୁର୍ଥୀ ପାଳନ ହୋଇଅଛି।ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତ ର ଭାରିଶୋଳ ଗ୍ରାମରେ କୁନି କୁନି ପିଲାମାନଙ୍କ ଦ୍ବାରା ଶ୍ରୀ ଗଣେଶ ପୂଜା ମହା ଆନନ୍ଦରେ ପାଳନ ହୋଇଯାଇଛି।ପିଲା ମାନେ ପ୍ରଭୁଙ୍କର ପୂଜା ଅର୍ଚ୍ଚନା କରି ଗଣପତି ଙ୍କ ବିସର୍ଜନ ସାଉଣ୍ଡ ଲଗେଇ ନାଚି ନାଚି ବାଣ ଫୁଟାଇ ଗାଁ ଗାଁ ରେ ପ୍ରଭୁଙ୍କୁ ସାଇକେଲ ରେ ବସେଇ ମହା ଆନନ୍ଦରେ ବିସର୍ଜନ କରିଛନ୍ତି ।ପିଲା ମାନକର ଏପରି ଭକ୍ତି ଭାବକୁ ଦେଖି ଉକ୍ତ ଅଂଚଳରେ ପ୍ରଶଂସା ଛୁଟୁଛି ।
Article Image
2