ରାହାମା, 23/01/2025, ଉତ୍କଳ voice news - utkalvoicenews.comଆଜି ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନଗର ତରଫରୁ ନେତାଜୀ ଜୟନ୍ତୀ ଓଡିଶାରେ ଜନ୍ମିତ ଦେଶର ଦୁଇ ଅମର ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା।
ଏହି ଉପଲକ୍ଷେ ରାହାମା କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜ ସେବୀ ପ୍ରଶନ୍ନ କୁମାର ସ୍ଵାଇଁ ଓ ମୁଖ୍ୟ ବକ୍ତା ଭାବରେ (ABVP) ଜଗତସିଂହପୁର ଜିଲ୍ଲା ସଂଜୋଜକ ସତ୍ୟପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ। ଛାତ୍ର ନେତା ସତ୍ୟ ପ୍ରକାଶ ମାହାନ୍ତି ପିଲାମାନଙ୍କୁ ମାର୍ଗ ଦର୍ଶନ କରାଉଥିଲେ ଯେ ନେତାଜୀଙ୍କ ପରି ସ୍ଵଚ୍ଛ ଏବଂ ଦେଶ ପ୍ରେମୀ ହେବା ଯୁବପୀଢୀକୁ ଆବଶ୍ୟକ। ଏଥିରେ ମାହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯଥା ସୈମ୍ୟ ରଂଜନ ପ୍ରଧାନ , ସ୍ଵାତୀ ସାଗରିକା , ସାରଦା ପରିଡ଼ା ଇତ୍ୟାଦି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଦୀବ୍ୟକ ରାଉତ୍ ଓ ସୂର୍ଯ୍ୟକାନ୍ତ ବରାଳ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିବା ସହିତ ନେତାଜୀଙ୍କ ଜୀବନୀ ବିଷୟରେ ସ୍ମରଣ କରାଇଥିଲେ। ଶେଷରେ ରାହାମା ମହାବିଦ୍ୟାଳୟର ଯୁକ୍ତ ୨ କୋଡିନେଟର ପ୍ରିୟାନସୁ ଧନ୍ୟବାଦ ପ୍ରଦାନ କରି ସଭା ଶେଷ କରିଥିଲେ।।