ଏରସମା, 28/08/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ପରିସରରେ ବୁଧବାର ଶ୍ରୀ ଗଣେଶ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗଣେଶ ପୂଜା ଅବସରରେ ବିଡ଼ିଓ ଦାଶରଥି ଜେନାଙ୍କ ତତ୍ୱାବଧାନରେ ସାଡେ ତିନି ଫୁଟ ଉଚ୍ଚ ବିଶିଷ୍ଟ ଗଣେଶ ବିଗ୍ରହ ପ୍ରବେଶ ପଥରେ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଛି l ଏଥିରେ ମଣ୍ଡଳ ବିତ୍ତ ଅଧିକାରୀଣୀ ପ୍ରତିମା ସାହୁ, ଅର୍ଥ ଅଧିକାରୀ ତ୍ରିଲୋଚନ ପରିଡା, ଜିପିଓ ବିଘ୍ନେଶ ବେହେରା, ବରିଷ୍ଠ ଯନ୍ତ୍ରୀ ସୁବାସ ସାହୁ, ଜପା ସରପଞ୍ଚଙ୍କ ପ୍ରତିନିଧି ନିଶାକର ରାଉତ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଏରସମା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନଳିନୀ ରଞ୍ଜନ ମନ୍ତ୍ରୀ, ପିଇଓ ହୃଷିକେଶ ରାଉତରାୟ, ଅଜୟ ସାହୁ, ବିପିଏମ ଅନିତା ସ୍ୱାଇଁ, କୋଷାଧ୍ୟକ୍ଷ ଜ୍ଞାନ ରଞ୍ଜନ ବାରିକ , ବ୍ଲକ ପରିମଳ ସଂଯୋଯୀକା ସନ୍ତୋଶିନୀ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ l