ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଜଣା ଜନ୍ତୁ ଆତଙ୍କ : ୭ ମେଣ୍ଢା ମୃତ, ୩ ଆହତ

ବୁଗୁଡ଼ା, 28/08/2025, ଉତ୍କଳ voice news - utkalvoicenews.com((ସୋରେନ କୁମାର ପ୍ରଧାନ : )) ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମ ନିକଟରେ ଆଜି ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ୩ଟି ଆହତ ଓ ୪ଟି ନିଖୋଜ ଥିବା ଜଣାଯାଇଛି ।
Article Image
ମୃତ ମେଣ୍ଢା ମଧ୍ୟରେ ଭାମଶ୍ୟାଳି ଗ୍ରାମର ପ୍ରଦୀପ ଗୌଡ଼ଙ୍କ ୪ଟି, ଗଣେଶ ସେଠୀଙ୍କ ୨ଟି ଏବଂ ରନ୍ଧାକର ନାୟକଙ୍କ ୧ଟି ହୋଇଥିବା ବେଳେ ପ୍ରଦୀପଙ୍କ ୪ଟି ମେଣ୍ଢା ନିଖୋଜ ଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଭାମଶ୍ୟାଳି ଗ୍ରାମର ସୁଦର୍ଶନ ଗୌଡ଼ ଓ ସନ୍ୟାସୀ ଗୌଡ଼ ରତନେଇ ଠାକୁରାଣୀ ମନ୍ଦିର ରାସ୍ତାର କେନାଲ ଛକ ପୋଖରୀ ନିକଟରେ ଗାଈ ଓ ଛେଳି ଗୋଠ ପକାଇ ସବୁଦିନ ଭଳି ରାତ୍ରିରେ ଜଗି ରହୁଥିଲେ । ତେବେ ଗତକାଲି ରାତିରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ୩ଟି ମେଣ୍ଢା ଖଣ୍ଡିଆ ଖାବରା ହୋଇଛନ୍ତି ଏବଂ ୪ଟି ମେଣ୍ଢା ନିଖୋଜ ଥିବା ଅଭିଯୋଗ ହୋଇଛି । ପ୍ରଦୀପ ଓ ଗ୍ରାମବାସୀ ସକାଳ ସମୟରେ ଯାଇ ଖୋଜା ଖୋଜି କରିଥିଲେ ହେଁ ନିଖୋଜ ମେଣ୍ଢାଙ୍କର କୌଣସି ପତ୍ତା ମିଳି ନଥିବା କହିଛନ୍ତି । ଏ ନେଇ ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ କ୍ଷୀରୋଦ ଗୌଡ଼, ବନରକ୍ଷୀ ଯଶସ୍ବିନୀ ସାହୁ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖୁଛନ୍ତି । ((ପାଦ ଚିହ୍ନ ସ୍ପଷ୍ଟ ଜଣା ପଡ଼ ନଥିବା ବନ ବିଭାଗ କହିଛି )) । ସୁଦର୍ଶନ ଓ ସନ୍ୟାସୀ କଲରାପତିରି ବାଘ ଦେଖୁଥ‌ିବା କହୁଥିବା ବେଳେ ବନ ବିଭାଗ ଏହା ହେଟା ହୋଇଥାଇପାରେ ବୋଲି ଅନୁମାନ କରିଛନ୍ତି । ମୃତ ମେଣ୍ଢା ଗୁଡିକୁ ବ୍ୟବଚ୍ଛେଦ କରାଯାଇ ରିପୋର୍ଟ ଆସିବା ପରେ ମାଲିକମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀଙ୍କଠାରୁ ପ୍ରକାଶ ପାଇଛି ।
Article Image
7