ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ା*

ଏରସମା, 23/01/2025, ଉତ୍କଳ voice news - utkalvoicenews.com୨୩/ ୧ ଏରସମା ବ୍ଲକ୍ ଅନ୍ତର୍ଗତ ଗଡକୁଜଙ୍ଗ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚାରି ଦିନଧରି ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷାକେନ୍ଦ୍ରର ୧୬୦ ଜଣ ଛାତ୍ରଛାତ୍ରୀ ୨୭ ପ୍ରକାରର ବିଭିନ୍ନ ଖେଳରେ ଭାଗନେଇଥିଲେ।
Article Image
ଏହି ଉପଲକ୍ଷେ ଆୟୋଜିତ ଉଦଯାପନ ଉତ୍ସବରେ ଡ଼ ତାମିଲ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାରେ ୮ଟି ଗୃପର ଚାମ୍ପିଅନ ହୋଇଥିବା କ୍ରୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।ଶିକ୍ଷା କେନ୍ଦ୍ର ପରିଚାଳନା କମିଟି ସଭାପତି ଇଂ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଗଡ଼କୁଜଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଯଦୁନାଥ ଖଟୁଆ, ପୃର୍ବତନ ସରପଞ୍ଚ ସମ୍ପଦ କୁମାର ବାରିକ, ଶିକ୍ଷାବିତ ରବିନ୍ଦ୍ର ନାଥ ସାହୁ, ସରକାରୀ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା ପରିଚାଳନା କମିଟିର ସଦସ୍ୟ ସଞ୍ଜୟ କୁମାର ମହାପାତ୍ର ସଭାପତିତ୍ବ କରିଥିବାବେଳେ ଶିକ୍ଷା କେନ୍ଦ୍ର ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ରାଜେନ୍ଦ୍ର ସ୍ୱlଇଁ ଓ ଦୀନେଶ ପାତ୍ର ଖେଳ ପରିଚାଳନା କରିଥିଲେ।ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସ୍ୱାଇଁ, ଶୁଭଲକ୍ଷ୍ମୀ ସାହୁ , ବିଶ୍ଵ ପ୍ରିୟା ବିଶ୍ୱାଳ, ତୁଳସୀ ଦାସ, କ୍ରିଷ୍ଣା ଭୋଳ , ଗୀତାଞ୍ଜଳି ସ୍ୱlଇଁ,।ସୈlମ୍ୟରଞୀନ ପାଣି , ସରୋଜିନୀ ସ୍ୱ।ଇଁ, ଶ୍ରୀଧର ପରିଡ଼ା, ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ। ଶିକ୍ଷା ପରିଚାଳନା କମିଟିର ସଦସ୍ୟ ପ୍ରକାଶ ଚନ୍ଦ୍ର ଦାସ, ପ୍ରଦିପ କୁମାର ଭୋଇ, ମନୋଜ କୁମାର ସାହୁ, ରାଜକିଶୋର ସାହୁ, ସତ୍ୟବାନ୍ ସାହୁ ଏବଂ ଶିକ୍ଷା କେନ୍ଦ୍ରର ଉପଦେଷ୍ଟା ସନ୍ତୋଷ କୁମାର ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1