ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୩୭ ତମ ଗଣେଶ ପୂଜା ପାଳନ ହୋଇଯାଇଅଛି।

ଢେଙ୍କାନାଳ, 28/08/2025, ଉତ୍କଳ voice news - utkalvoicenews.com(( ଶୁଭମ୍ ପାଣି ଙ୍କ ରିପୋର୍ଟ )) :
Article Image
ଢେଙ୍କାନାଳ ସହର ଚନ୍ଦନ ବଜାର ଠାରେ ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୩୭ ତମ ଗଣେଶ ପୂଜା ପାଳନ ହୋଇଯାଇଅଛି। ଅଦ୍ୟ ବଜାରସ୍ଥିତ ସତ୍ୟ ମଣ୍ଡପ ଠାରେ ଶ୍ରୀ ଗଣେଶଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯିବା ପରେ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦସେବନ କରିଥିଲେ । ଏଥିରେ ଅନ୍ନ, ଡାଲି, ଘଂଟ ତରକାରୀ, ଆମ୍ବୁଲ ଖଟା ଓ କ୍ଷୀରି ପ୍ରଭୃତି ବ୍ୟଞ୍ଜନ କରିଥିଲେ। ଏଥିରେ ମୁଖ୍ୟ ଆକର୍ଷଣ ହେଉଛି ୮ ଫୁଟ ଉଚ୍ଚତାର ମୂର୍ତିରେ ୪୨ ହଜାର ଟଙ୍କାର କଏନ୍ ଲାଗି ମୂର୍ତି ତିଆରି ହୋଇଥିବାବେଳେ ଚାନ୍ଦି ମୁକୁଟରେ ଆଭୂଷିତ ହୋଇଛନ୍ତି । ସଭାପତି ଅମରେନ୍ଦ୍ର ସାହୁ, ଉପସଭାପତି ସଂଗ୍ରାମ ଦଳେଇ, ସଂପାଦକ ଲକ୍ଷ୍ମୀକାନ୍ତ ମେହେର, ସହ-ସଂପାଦକ ମୁନାଜିତ୍ ଖାନ୍, କୋଷାଧ୍ୟକ୍ଷ ପ୍ରକାଶ ବେହେରା, ପ୍ରିୟାଂଶୁ ବେହେରା, ଚାନ୍ଦୁ ସାହୁ ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।
Article Image
Article Image
4