ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାହାଡେଇ ୟୁଥକ୍ଲବ ଗଣେଶ ପୂଜା କମିଟିର ଭଷାଣୀ ଯାତ୍ରା

ଏରସମା, 02/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତ ଅନ୍ତର୍ଗତ ନୂଆ ରତନପୁରୁ ଗ୍ରାମର ମା"ସାହାଡେଇ ୟୁଥକ୍ଲବ ପୂଜା କମିଟିର ପଞ୍ଚମ ବାର୍ଷିକ ଗଣେଶ ଭଷାଣୀ ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି। ଗଜାନନଙ୍କ ଭଷାଣୀ ଯାତ୍ରା ଲୁଣୁପୋଖରୀ ମା" ବନଦୂର୍ଗା ମନ୍ଦିର ନିକଟରୁ ବାହାରି , ବାଜା ,ବାଣ, ଘଣ୍ଟ , ଘଣ୍ଟି, ଡିଜେ ସାଉଣ୍ଡ, ସିଙ୍ଗୀ ବାଜା , ପଞ୍ଜାବୀ ବାଜା, ଶୀବ ତାଣ୍ଡବ, ଷଣ୍ଠ ଲଢେଇ ସହିତ ବିରାଟ ପଟୁଆରରେ ଯାଇ ମାଣପୁର ଗ୍ରାମ ପୁଷ୍କରିଣୀରେ ପ୍ରଭୁ ଗଜାନନଙ୍କୁ ବିସର୍ଜନ କରାଯାଇଥିଲା। ଏହି ଭଷାଣୀ ଉତ୍ସବକୁ ମା" ସାହାଡେଇ ୟୁଥକ୍ଲବ ଯୁଗ୍ମ ସଭାପତି ଶ୍ରୀନିବାସ ରାଉଳ ଓ ଶୁଶାନ୍ତ ରାଉଳ, ସଂପାଦକ ଜଗନ ରାଉତ,ମନୋଜ ରାଉତ,ଗୈ।ୟାଙ୍ଗ ନାୟକ,ଆକାଶ ନାୟକ, କାଳନ୍ଦୀ ରାଉଳ, ବିକାଶ ରାଉଳ, ସରୋଜ ରାଉତ, ହରେକୃଷ୍ଣ ନାୟକ,ଘାନା ନାୟକ, ରାମଚନ୍ଦ୍ର ରାଉତ,ମଙ୍ଗୁ ରାଉଳ,ଜିତୁ ବେହେରା, ସତ୍ୟଜିତ ସ୍ଵାଇଁ,ସୋମେଶ୍ ହାତୀଙ୍କ ସମେତ ମା" ସାହାଡେଇ ୟୁଥକ୍ଲବର ସମସ୍ତ ମେମ୍ବର ମାନେ ଗଜାନନଙ୍କ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
5