ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଳିତ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗ।

କୁଜଙ୍ଗ, 02/09/2025, ଉତ୍କଳ voice news - utkalvoicenews.comପାରାଦ୍ଵୀପ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ :
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଣ୍ଟେଇନାଳୀ ଗ୍ରାମର ଦଳିତ ଶ୍ରେଣୀର ମହିଳାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ କଣ୍ଟେଇନାଳୀ ଗ୍ରାମର ସୁକାନ୍ତ ମଲ୍ଲିକଙ୍କ ପତ୍ନୀ(୪୫)ମଧ୍ୟାହ୍ନ ସମୟରେ ଘର ପଛପଟେ ଥିବା ଟିୟୁବଲ୍ ନିକଟରେ ଅଇଁଠା ବାସନ ସଫା କରୁଥିବା ବେଳେ ଘର ପାଖ ପଡ଼ୋଶୀ ସଞ୍ଜୟ ସ୍ଵାଇଁ ହଠାତ୍ ତାଙ୍କ ଉପରକୁ ଇଟା ଫିଙ୍ଗିଥିଲେ।ଦଳିତ ମହିଳା ବୀଣାପାଣି ମଲ୍ଲିକ ପ୍ରତିବାଦ କରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ ପଡ଼ୋଶୀ ସଞ୍ଜୟ ସ୍ଵାଇଁ ଓ ତାଙ୍କ ବାପା ନିରଞ୍ଜନ ସ୍ଵାଇଁ ଟଣା ଓଟରା କରି ଉଲଗ୍ନ କରିଥିବା ନେଇ ବୀଣାପାଣୀ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଅସଦାଚରଣ ଉଦ୍ୟମ କରିଥିବା ପଡ଼ୋଶୀ ସଞ୍ଜୟ ସ୍ଵାଇଁ ଓ ନିରଞ୍ଜନ ସ୍ଵାଇଁଙ୍କୁ ଗିରଫ କରିବା ପାଇଁ ଦଳିତ ମହିଳା ବୀଣାପାଣୀ ମଲ୍ଲିକ ପ୍ରକାଶ କରିଛନ୍ତି।
Article Image
10