ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା"ବନଦୂର୍ଗା ଗଣେଷ ପୂଜା କମିଟି ପକ୍ଷରୁ ଗଣେଶ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଏରସମା, 02/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ କୁଞ୍ଜକୋଠୀ ପଞ୍ଚାୟତ ଅନ୍ତର୍ଗତ ଲୁଣୁ ପୋଖରୀ ମା" ବନଦୂର୍ଗା ଗଣେଷ ପୂଜା କମିଟି ପକ୍ଷରୁ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ମା" ବନଦୂର୍ଗା ଗଣେଷ ପୂଜା କମିଟିର ସମସ୍ତ ସଦସ୍ୟ ନୂତନ ବତ୍ସ ପରିଧାନ କରି ସାରିବାପରେ କର୍ତ୍ତା ରିଙ୍କୁ ରାଉତ ବନଦୂର୍ଗା ପୁଷ୍କରିଣୀରୁ କଳସ ବୁଡାଇବା ପରେ ପଣ୍ଡିତ ବିଭୁ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ବାଜା , ବାଣ , ଘଣ୍ଟ , ଘଣ୍ଟି , ହରି ବୋଲ ହୂଳହୁଳି ସହିତ ପୂଜା କମିଟିର ମେମ୍ବର ମାନେ ବନଦୂର୍ଗା ପୁଷ୍କରିଣୀ ନିକଟରୁ ଏକ କଳସ ଯାତ୍ରାରେ ଆସି ଗଣେଶ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ପ୍ରଭୁ ଗଜାନନଙ୍କ ନିତି ନିୟମ ଅନୁସାରେ କଳସାଧିବାସ , ସୂର୍ଯ୍ୟପୂଜା , ଯଜ୍ଞ ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସଂଧ୍ୟାରେ ଭଜନ ସଂଧ୍ୟା ,ମେଲୋଡି ସହିତ ପାଲା ପରିବେଷଣ କରାଯାଇଥିଲା।ମା" ବନଦୂର୍ଗା ପୂଜା କମିଟିର ସୁଶିଲ ସ୍ୱ।ଇଁ,ଲିପୁ ରାଉତ, ସଂଗ୍ରାମ ରାଉତ,ରିକୁ ରାଉତ, ସତ୍ୟବ୍ରତ ମହାପାତ୍ର,ବିପ୍ଳବ ମହାପାତ୍ର,ଲିପୁ ସ୍ୱ।ଇଁ,ରାଜନ ରାଉତ,କୁନାଲ ସ୍ୱ।ଇଁ, ଚନ୍ଦନ ମହାପାତ୍ର,ସୁଦାମ ସ୍ୱ।ଇଁ, ରମାକାନ୍ତ ନାୟକ, ସନ୍ତୋଷ ସ୍ୱ।ଇଁ, ପ୍ରଶାନ୍ତ ନାୟକ,ତପନ ମହାପାତ୍ର,ମୁନା ନାୟକଙ୍କ ସମେତ ସମସ୍ତ ସଦସ୍ୟ ମାନେ ପ୍ରଭୁ ଗଜାନନଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
9