ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କତକୁଲା ମା ରାମଚଣ୍ଡି ୟୁଥ୍ କ୍ଲବ୍ ର ବାର୍ଷିକ ଉତ୍ସବ ପାଳନ l

ପାରାଦୀପ ଗଡ, 03/09/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତକୁଲା ଗ୍ରାମରେ ମା ରାମଚଣ୍ଡି ୟୁଥ୍ କ୍ଲବ୍ ର ବାର୍ଷିକ ଉତ୍ସବ ମହାସମାରୋରେ ପାଳନ କରାଯାଇଛି l ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଉକ୍ତ ସାଂସ୍କୃତିକ ସଭାରେ ମୂଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଚୂନ - କତକୁଲା ଗ୍ରାମ ର ଅଧିବାସୀ ମାନେ ଅତ୍ୟନ୍ତ ସରଳ, ସେମାନେ କୃଷି ଓ ବ୍ୟବସାୟ ଉପରେ ନିର୍ଭର କରି ଜୀବିକା ଅର୍ଜନ କରନ୍ତି l ଆଜିକାଲି ସମୟ ରେ ସାଂସ୍କୃତିକ କାର୍ଯକ୍ରମ ରେ ଆଧୁନିକ ମେଲୋଡି ଆୟୋଜନ କରିବା ବ୍ୟୟ ବହୁଳ ହୋଇଥିବାରୁ ଗ୍ରାମାଂଚଳ ରେ ଥିବା କଳା ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ଓଡ଼ିଶୀ, ଛନ୍ଦ, ପାରମ୍ପରିକ ନୃତ୍ୟ, ଗୀତ କୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ମା ରାମଚଣ୍ଡି ୟୁଥ୍, କତକୁଲା କୁ ଏକ ଅଗ୍ରଣୀ ୟୁଥ୍ କ୍ଲବ୍ ଭାବରେ ପ୍ରତିଷ୍ଠିତ କରିଦିଆଯିବ ବୋଲି ସେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ଚୌଧୁରୀ, ଅନନ୍ତ ବିଶ୍ଵାଳ, ନିମାଇଁ ଚରଣ ମହାପାତ୍ର, ଚନ୍ଦନ ନାୟକ, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, କିରଣ କୁମାର ଦାସ ପ୍ରମୁଖ ଯୋଗଦେଇ ଏପରି ସୁନ୍ଦର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ସଞ୍ଜୟ ବିଶ୍ଵାଳ ସଭା ସଞ୍ଚାଳନ କରିଥିଲେ l
Article Image
10