ଢେ଼ଙ୍କାନାଳ, 03/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେ଼ଙ୍କାନାଳ ସହର ରେ ଚଳିତ ବର୍ଷ ୩୮ଟି ଗଣେଶ ପୂଜା କମିଟି ପକ୍ଷରୁ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଥିଲା। ଆଜି ମିଳିତ ବଜାର ପୂଜା କମିଟି ପକ୍ଷରୁ ଭସାଣୀ ଉତ୍ସବ ଅନୁଷ୍ଠିତ। ସେଥିପାଇଁ ସମସ୍ତ କମିଟି ପକ୍ଷରୁ ମେଢ଼ ଗୁଡ଼ିକ ନିର୍ଦ୍ଧାରିତ ସମୟ ପୂର୍ବରୁ ମିନି ଷ୍ଟାଡିୟମ୍ ଠାରେ ଯାଇ ପହଞ୍ଚି ଥିଲା। ମିନି ଷ୍ଟାଡିୟମ୍ ଠାରେ କ୍ରମିକ ନମ୍ବର ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଲଟେରୀ ଉଠାଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ କ୍ରମ ରେ ଉପଜିଲ୍ଲାପାଳ ବିଭୂଦ ଗଡନାୟକ ଉପସ୍ଥିତ ରହି ଲଟେରୀ ରେ ପୂଜା କମିଟି ଗୁଡ଼ିକର ନାମ ଘୋଷଣା କରିଥିଲେ ।ଏହା ପରେ ମେଢ଼ ଗୁଡ଼ିକୁ କ୍ରମାନ୍ଵ ରେ ଯାଇ ସହରର ତିନୋଟି ପୁଷ୍କରିଣୀରେ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ରାତି ୮ଟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି। ସକାଳ ୯ଟା ସମୟରେ ଉପଜିଲ୍ଲାପାଳ ଏହି କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରିଥିଲେ। ମିଳିତ ବଜାର ଗଣେଶ ପୂଜା କମିଟିର ସଭାପତି ସୁଧାଂଶୁ ଦଳେଇ ,ସମ୍ପାଦକ ସନ୍ଦୀପ ଷଡ଼ଙ୍ଗୀ ସମସ୍ତ ପୂଜା କମିଟି ର ସଭ୍ୟ ମାନେ ଏହି ଲଟେରୀ ଉଠାଣ କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିଲେ