ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଇଦା, ନାରଦିଆ, ଗୋଡା ଓ ଗଡହରିଶପୁର ସମିତିରେ ଧାନମଣ୍ଡି ଉଦଘାଟିତ

ଏରସମା, 23/01/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ ପଇଦା, ନାରଦିଆ, ଗୋଡା ଓ ଗଡହରିଶପୁର ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ପଇଦା ସମବାୟ ସମିତିର ସଭାପତି ରମେଶ ସାସମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ପ୍ରଣବ ସ୍ଵାଇଁ, ଏରସମା ଶାଖା ପରିଚାଳକ କ୍ଷେତ୍ରମୋହନ ଲେଙ୍କା, ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର, ସରପଞ୍ଚ ଦୀପ୍ତିରାଣୀ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କିଶୋର ପରିଡ଼ା, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ,
Article Image
ସମିତିର ସମ୍ପାଦକ ସରୋଜ କୁମାର ନାୟକ, ସହସମ୍ପାଦକ ଅଭିଜିତ୍ ସ୍ଵାଇଁ, କର୍ମଚାରୀ ପ୍ରଜସୋ କୁମାର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନାରଦିଆ ସମବାୟ ସମିତିର ସଭାପତି ଦୀନକୃଷ୍ଣ ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ରାଜ୍ୟ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର, ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ଵାଇଁ, ସ୍ଥାନୀୟ ସରପଞ୍ଚ ସୀମାଇ ଚରଣ ଭୋଳ, ସରପଞ୍ଚ ଗଦାଧର ମଲ୍ଲିକ, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ସମାଜସେବୀ ମହେନ୍ଦ୍ର ସେନାପତି, ସମିତିର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ସେଠୀ ଓ ପ୍ରସାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗୋଡା ସମବାୟ ସମିତିର ସଭାପତି ରାମଚନ୍ଦ୍ର ହାତୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ଥାନୀୟ ସରପଞ୍ଚ ବିଶ୍ବ କଲ୍ୟାଣୀ ନାୟକ, ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ସମାଜସେବୀ ରବିନ୍ଦ୍ରନାଥ ନାୟକ, ସମିତିର ସମ୍ପାଦକ ସୂର୍ଯ୍ୟକାନ୍ତ ଲେଙ୍କା, କର୍ମଚାରୀ ତରୁଣ ମଣ୍ଡଳ, ସିଦେଶ୍ବର ବିଶ୍ବାଳ, ସଞ୍ଜୟ ଦାସ ଓ ଅଭିଳାଷ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗଡହରିଶପୁର ସମବାୟ ସମିତିର ସଭାପତି ସୁଶାନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ସମିତିର ସମ୍ପାଦକ ସରୋଜ କୁମାର ନାୟକ, ସହ ସମ୍ପାଦକ ନକୁଳା ନନ୍ଦ ମଣ୍ଡଳ, କର୍ମଚାରୀ ପ୍ରଶାନ୍ତ ମଣ୍ଡଳ, ସୋରୁପ ଦାସ, ଜଟାଧାରୀ ଗୁଡିଆ, ଭିମସେନ ରାଉତ, ନନୀ ଗୋପାଳ ଜେନା, ସନ୍ତୋଷ କୁମାର ଦାସ ଓ ଚନ୍ଦନ ବେହେରା ପ୍ରମୁଖଙ୍କ ସମେତ ଚାରୋଟିଯାକ ସମବାୟ ସମିତିର ସଭ୍ୟ / ସଭ୍ୟା ଓ ଚାଷୀମାନେ ଉପସ୍ଥିତ ଥିଲେ।
Article Image
1