ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋସ୍ୱାମୀ ଚିନ୍ତାମଣି ପର୍ବତ ମହାରାଜ ଙ୍କ 78 ତମ ଜନ୍ମ ଉତ୍ସବ ପାଳିତ

ଜଗତସିଂହପୁର, 03/09/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଗୋଠଦା ମଠର ମଠାଧିଶ ମହନ୍ତ ଗୋସ୍ୱାମୀ ଚିନ୍ତାମଣି ପର୍ବତ ମହାରାଜ ଙ୍କ ଆଜି ପବିତ୍ର ଏକାଦଶୀରେ 78 ତମ ଜନ୍ମ ଉତ୍ସବ ନାଉଗାଁ ସଂସ୍କୃତିକ ପରିଷଦ ଓ ଗୋଠଦା ମଠ ଭକ୍ତ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଅଛି। ଗୋସ୍ୱାମୀ ପର୍ବତ ମହାରାଜ ନିଜର ପ୍ରଚେଷ୍ଟାରେ ଅନେକ ଅନୁଷ୍ଠାନର ପ୍ରତିଷ୍ଠା କରିବା ସହିତ ନିଜର ସମ୍ପୂର୍ଣ୍ଣ ଜୀବନଙ୍କୁ ସନ୍ୟାସ ଧର୍ମର ମାର୍ଗରେ ସମର୍ପଣକରି ସମାଜରେ ଆଧ୍ୟାତ୍ମିକ ଜ୍ଞାନ ଓ ମାନବୀୟ ଚେତନାର ବିକାଶ ପାଇଁ ନିଜକୁ ଉତ୍ସାର୍ଗୀକୃତ୍ତ କରିଛନ୍ତି। ସେ ଓଡିଶା ସାଧୁସନ୍ଥ ସମାଜର ସଭାପତି ଥିବାବେଳେ ନାଉଗାଁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ, ନାଉଗାଁ ସରସ୍ବତୀ ବିଦ୍ୟା ମନ୍ଦିର ପ୍ରତିଷ୍ଠାତା, ନୀଳକଣ୍ଠେଶ୍ଵର ଉ:ପ୍ରା ବିଦ୍ୟାଳୟ ପ୍ରତିଷ୍ଠାତା ହୋଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ଆଧ୍ୟାତ୍ମିକ ଅନୁଷ୍ଠାନର ପ୍ରମୁଖ ଦାୟିତ୍ୱରେ ଥାଇ ଜଣେ ବରିଷ୍ଠ ସନ୍ଥଭାବେ ସାଧୁ ସମାଜକୁ ମାର୍ଗଦର୍ଶନ କରି ଆସୁଛନ୍ତି। ଆଶ୍ରମର ଏହି ମହାନ ସନ୍ଥଙ୍କ ଜନ୍ମ ଉତ୍ସବ ରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂକୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ,ବିଶ୍ୱହିନ୍ଦୁ ପରିଷଦ କଟକ ବିଭାଗର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଡକ୍ଟର ସୁନାକର ବେହେରା,ବାବାଜୀ ଦିବ୍ୟ କୃଷ୍ଣ ଦାସ ମହାରାଜ,ସିଦ୍ଧେଶ୍ୱର ମହାରାଜ,ସ୍ୱାମୀ ଗିରିଜା ନନ୍ଦ ପର୍ବତ ମହାରାଜ,ନୀଳାଚଳ ଦାସ ମହାରାଜ, ସତ୍ୟଚୈତନ୍ୟ ଦାସ ମହାରାଜ,ସୀତାରାମ ଦାସ ମହାରାଜ,ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ସାଂସ୍କୃତିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ସରୋଜ ନାୟକ ଇତ୍ୟାଦି ବହୁ ସାଧୁସନ୍ଥ,ବ୍ରାହ୍ମଣ ବୈଷ୍ଣବ,ବିଦ୍ୱାନ ପଣ୍ଡିତ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହି ମହାରାଜ ଙ୍କ ଜନ୍ମ ଉତ୍ସବ ବୈଦିକ ରୀତିନୀତି ଅନୁଯାଇ ପାଳନ କରି ଗୋସ୍ୱାମୀ ମହାରାଜ ଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।
Article Image
Article Image
23