ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାର ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ଉପରେ ପ୍ରଶାସନିକ ଚଢ଼ାଉ

ବୁଗୁଡ଼ା, 03/09/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ତହସିଲଦାର ତାପସ ରାଉତ ଏବଂ ସହକାରୀ କୃଷି ଅଧିକାରୀ ହରପ୍ରିୟା ବେହେରା ବୁଗୁଡ଼ା ଅଞ୍ଚଳର ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗ୍ରସ୍ତରେ ଯାଇଥିଲେ। ସାରର କଳାବଜାରୀ କୁ ରୋକିବା ପାଇଁ ଟିମ୍ ପକ୍ଷରୁ ବୁଗୁଡ଼ା ଅଞ୍ଚଳର ଜୟ ମା ତାରିଣୀ ଭଣ୍ଡାର, ଜଗନ୍ନାଥ ଟ୍ରେଡ଼ର୍ସ,ପଦ୍ମାବତୀ ଭଣ୍ଡାର,ସାଇକୃପା ଷ୍ଟୋର ଓ ବୁଗୁଡ଼ା ସେବା ସମବାୟ ସମିତିରେ ଚଢ଼ାଉ କରାଯାଇଥିଲା।ଏହି ଟିମରେ ରେଭିନ୍ୟୁ ସୁପରଭାଇଜର ଗିରିଜା ଭୂଷଣ ମଲ୍ଲିକ ଓ ଭିଏଡବ୍ଲୁ ଅଶୋକ କୁମାର ସେଠୀ ମଧ୍ୟ ସାମିଲ ଥିଲେ। ଏହି ଚଢାଉ କାଳରେ ଗଚ୍ଛିତ ସାରକୁ ଚଢ଼ା ଦରରେ ବିକ୍ରି ନକରିବାକୁ ସମସ୍ତଙ୍କୁ ତାଗିଦ୍ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
8