କୁଜଙ୍ଗ, 04/09/2025, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଏନ୍ଏସି ଘୋଷଣା କରିଥିବା ବେଳେ କୁଜଙ୍ଗ ସ୍ଥାନ ପାଇ ନଥିବାରୁ ଅଂଚଳରେ ଅଶାନ୍ତି ଲାଗି ରହିଛି। ଏବେ କୁଜଙ୍ଗରେ ଘନ ଘନ ସର୍ବଦଳୀୟ ବୈଠକ ବସୁଛି କୁଜଙ୍ଗକୁ ଏନ୍ଏସି ଘୋଷଣା ଦାବିରେ ଆସନ୍ତା ୯ ତାରିଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ବଜାର ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ସହିତ କିପରି ସମସ୍ତ ଦୋକାନ ବଜାର, ବେସରକାରୀ, ସରକାରୀ କାର୍ଯ୍ୟାଳୟ ଗାଡ଼ିମଟର ଚଳାଚଳ ବନ୍ଦ ରହିବ ସେନେଇ ଆବାହକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ କୁଜଙ୍ଗ ଲୋକନାଥ ଭବନରେ ଆଜି ଅପରାହ୍ନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁଜଙ୍ଗ ବଜାରର ବିଭିନ୍ନ ବଣିକ ସଂଘ ସହିତ ଆଲୋଚନା କରାଯିବା ସହିତ ସେମାନେ ଏହି ବନ୍ଦକୁ ସମର୍ଥନ ଜଣାଇଥିବା ଆବାହକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏପରିକି କଟକ ପାରାଦୀପ ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ କରିବା ସହିତ ବିଭିନ୍ନ ସଂଘ ସହିତ
ଆଲୋଚନା କରାଯାଇ ସେମାନଙ୍କ ସମର୍ଥନ ଓ ସହଯୋଗ କାମନା କରାଯାଇଥିଲା । ସେହିପରି ଆସନ୍ତା ଶନିବାର କୁଜଙ୍ଗ ବଜାରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପଥପ୍ରାନ୍ତ ସଭା କରାଯାଇ ବ୍ୟବସାୟ ଓ ଜନସାଧାରଣ ମାନଙ୍କୁ ସଚେତନ କରାଯିବା ବୋଲି ବୈଠକରେ ସହମତି ଭିତ୍ତରେ ନିଷ୍ପତି ଗୃହୀଳ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପିତାମ୍ବର ତରାଇ ,ବାବୁରାମ ଚୌଧୁରୀ, ସୁବାସ ମହାପାତ୍ର, କୈଳାଶ ଷଡ଼ଙ୍ଗୀ, ସୌଭାଗ୍ୟ ବିଶ୍ଵାଳ, ମନୀନ୍ଦ୍ର ଗୁରୁ, ରବୀନ୍ଦ୍ର ନାଥ, ମହେଶ୍ଵର ଦାସ, ରଶ୍ମୀରଞ୍ଜନ ଦାସ, ବିବେକାନନ୍ଦ ଦାସ, କୁଜଙ୍ଗ ଆଥଲେଟିକ କ୍ଲବ ସମ୍ପାଦକ ରଜନୀକାନ୍ତ ଗୁରୁ, କୁଜଙ୍ଗ ଓକିଲ ସଂଘ ସମ୍ପାଦକ ବ୍ରଜକିଶୋର ରାଉତ, ଆଡଭୋକେଟ ରଞ୍ଜିତ ବିଶ୍ଵାଳ, ଆଡଭୋକେଟ ପରେଶ ନାଥ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।