ଜଗତସିଂହପୁର, 04/09/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଗଣମାଧ୍ୟମ ର ମିଳିତ ସ୍ବର |
(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ମାନଙ୍କୁ, ପେନସନ ସେବାପାଇଁ ଘୋଷଣା କରିଛନ୍ତି |, ଆସନ୍ତା ବଜେଟରେ ସେଥିପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ବିଭାଗୀୟ ତତପରତା ପ୍ରକାଶ ପାଇଛି |ସରକାର ସାମ୍ବାଦିକ ଚୟନ ପାଇଁ ମାର୍ଗଦର୍ଶିକା କରିବେ |ସେଥିପାଇଁ ସାମ୍ବାଦିକ ମାନଙ୍କ ତିନୋଟି ଦାବୀ ପ୍ରସ୍ତାବ |ଗୋଟିଏ ମିଳିତ ସ୍ବର...
1..ପେନସନ ପାଇବା ପାଇଁ ବୟସ ସୀମା 50ବର୍ଷ ରଖାଯାଉ |କାରଣ କଳାକାର ଭତ୍ତାପାଇଁ, ବୟସ ସୀମା 50ବର୍ଷ ରଖାଯାଇଛି |କବି ଓ ଲେଖକ କାକକାର ତାଲିକାରେ ଅଛନ୍ତି |ସାମ୍ବାଦିକ ମଧ୍ୟ ଜଣେ ଲେଖକ!
2..ଅଭିଜ୍ଞତା 10ବର୍ଷ ରଖାଯାଉ
କାରଣ 10ବର୍ଷ ଚାକିରି କାଳ ପୁରଣ କରିଥିବା କର୍ମଚାରୀଙ୍କୁ ସରକାର ପେନସନ ଦେଉଛନ୍ତି |
3..ମାସକୁ 20ହଜାର ଟଙ୍କା ପେନସନ ଦିଆଯାଉ |,, ଉତ୍ତରାଖଣ୍ଡ ମାସକୁ 20ହଜାର ଟଙ୍କା ପେନସନ ଦଉଛି |, ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଅର୍ଥବିଭାଗ, ଯୋଜନା ଓ କାର୍ଯ୍ୟାନୟନ ବିଭାଗ, ଏହି ପ୍ରସ୍ତାବକୁ ଉଦାର ହୃଦୟରେ ଗ୍ରହଣ କରିବାକୁ ସାମ୍ବାଦିକ ବେଣୁଧର ନାୟକ, ଜ୍ୟୋତି ରଞ୍ଜନ ପରିଡା, ତପନ ରାଉତରାୟ, ଆଶୁତୋଷ ନେହେରା, ରମେଶ ମହାନ୍ତି, ନୃସିଂହ ବାରିକ, ଅରକ୍ଷିତ ସ୍ୱାଇଁ, ସରୋଜ ନାୟକ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧକ୍ଷ ଗଗନ ବିହାରୀ ସାହୁ ନିବେଦନ କରିଛନ୍ତି