ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

“ସ୍ଥାନୀୟଙ୍କୁ ନିଯୁକ୍ତି ଦିଅ, ନହେଲେ ଖଣି ବନ୍ଦ କର – କୋଡିଙ୍ଗାମାଳିରେ ଗର୍ଜନ”

ରାୟଗଡ଼ା, 04/09/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କୋଡିଙ୍ଗାମାଳି ପାରିପାର୍ଶିକ ଏବଂ ପ୍ରଭାବିତ ଅଞ୍ଚଳବାସୀଙ୍କ ଲିଖିତ ଅଭିଯୋଗ। ଓଡିଶା ଖଣି ନିଗମ (OMC) ୨୦୧୭ ମସିହା ଠାରୁ କୋଡିଙ୍ଗାମାଳିରୁ ବେଦାନ୍ତ ପ୍ରକଳ୍ପକୁ ଶାଗମାଛ ଦରରେ ବକ୍ସାଇଟ୍ ଯୋଗାଇ ଦେଉଅଛି, ଆଜକୁ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ ବେଦାନ୍ତ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଜଣେ ହେଲେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇନାହିଁ କି ଅଞ୍ଚଳରେ ଗୋଟିଏ ହେଲେ ଉନ୍ନୟନମୂଳକ କାର୍ଯ୍ୟ କରିନାହିଁ ଯା ଫଳରେ ଅଞ୍ଚଳରେ ବେକାରୀ ସମସ୍ୟା ଦୃତ ଗତିରେ ବଢିଚାଲିଛି ।ସ୍ଥାନୀୟ ଯୁବକ ଯୁବତୀମାନେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ଯ ହେଉଛନ୍ତି । ଖଣି ପରିବହନ ହେବା ଦ୍ବାରା ଅନେକ ଲୋକ ଦୁଃର୍ଘଟଣାର ଶିକାର ହେଉଛନ୍ତି ଏବଂ ବହୁମାତ୍ରାରେ ପ୍ରଦୂଷଣ ହେବାଦ୍ବାରା ଆନେକ ଜନସାଧାରଣ ନାନା ପ୍ରକାର ରୋଗରେ ମୃତ୍ୟୁବରଣ ହେଉଛନ୍ତି, ଏ ଦିଗରେ କେହି ହେଲେ କର୍ଣ୍ଣପାତ କରୁନାହନ୍ତି । ପ୍ରକଳ୍ପ ନାହିଁ ତ ଖଣି ନାହିଁ, ନିଯୁକ୍ତି ନାହିଁ ତ ଖଣି ନାହିଁ ନାରାରେ ଖଣି ଖନନ ପ୍ରାରମ୍ଭରୁ ଅଞ୍ଚଳବାସୀ କୋଡିଙ୍ଗାମାଳି ଖଣି ଖନନକୁ ବିରୋଧ କରି ଆସୁଛନ୍ତି, କୋଡିଙ୍ଗାମାଳି ଖଣିକୁ ନେଇ ଏ ଅଞ୍ଚଳରେ ଏକ ଶିଳ୍ପ ପ୍ରତିଷ୍ଠା କରାଗଲେ ଏ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିବା ସହ ଅଞ୍ଚଳରେ ଅର୍ଥନୈତୀକ ଅଭିବୃଦ୍ଧି ହୋଇପାରିଥାନ୍ତା । ବେଦାନ୍ତ ପ୍ରକଳ୍ପ ମଧ୍ୟ ଏହି ଠାରେ ପ୍ରକଳ୍ପ ପ୍ରତିଷ୍ଠା କଲେ ଅଞ୍ଚଳବାସୀଙ୍କ ଉନ୍ନତି ହୋଇପାରିବ । ଅନ୍ୟପକ୍ଷରେ ଅନ୍ୟତ୍ର ଖଣି ଚାଳାଣ କରିବା ପାଇଁ ବର୍ତ୍ତମାନ କୋଡିଙ୍ଗାମାଳିରୁ ବାର୍ଷିକ ୩ ମିଲିୟନ ଟନ ରୁ ୬ ମିଲିୟନ ଟନ ଖଣି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡିଶା ଖଣି ନିଗମ ଏବଂ ବେଦାନ୍ତ କମ୍ପାନୀ ପ୍ରୟାସ କରୁଛନ୍ତି ଯାହାକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରୁଛନ୍ତି । ଏ ସମସ୍ୟା ନେଇ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ, ମାନନୀୟ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତରେ ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଫଳ ମିଳୁନାହିଁ, ରାଜ୍ୟ ସରକାର ଆଜି ମଧ୍ୟ ୬ ମିଲିୟନ ପାଇଁ ଜନଶୁଣାଣି କରିବାକୁ ପ୍ରୟାସ କରୁଛନ୍ତି । ଯା ଫଳରେ ଅଞ୍ଚଳବାସୀ କୋଡିଙ୍ଗାମାଳିରୁ ଖଣି ଖନନକୁ ସମ୍ପୁର୍ଣଭାବେ ବନ୍ଦ କରିବାକୁ ଆସନ୍ତା ତା ୧୦-୦୯-୨୦୨୫ ରିଖରେ ବିଶାଳ ଜନଆନ୍ଦୋଳନ କରିବା ସହ ତା ୧୧-୦୯-୨୦୨୫ ରିଖରୁ ଖଣି ପରିବହନ ବନ୍ଦ କରିବେ ଏବଂ ଲକ୍ଷ୍ମୀପୁରସ୍ଥିତ ଓଡିଶା ଖଣି ନିଗମ (OMC) କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ।
10