ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାରକା କୁ NAC ମାନ୍ୟତା ପ୍ରଦାନ କରିବାକୁ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ଗଣଧାରଣା

ଯାଜପୁର, 04/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା କୁ ଏନ୍ଏସି ଘୋଷଣା କରିବା ପାଇଁ ଧର୍ମଶାଳା ବିଜୁ ଜନତାଦଳ ତରଫରୁ ବିଜେଡି ବ୍ଲକ ସଭାପତି ପ୍ରସନ୍ନ ରାଉତଙ୍କ ସଭାପତିତ୍ବ ରେ ଏକ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି, ବିଜେଡି ସରକାର ସମୟରେ ୫୭ ଟି ଏନ୍ଏସି ଘୋଷଣା ପ୍ରସ୍ତାବ ରେ ଜାରକା ନାମ ଅନ୍ତର୍ଭୁକ୍ତ ଥିଲା,ଭୈଗଳିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଜାରକା ଏନ୍ଏସି ପାଇଁ ସଂପୂର୍ଣ୍ଣ ଉପଯୁକ୍ତ ଅଟେ କିନ୍ତୁ ବର୍ତ୍ତମାନର ବିଜେପି ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଟି ଏନଏସି ଘୋଷଣା କରିଥିବା ବେଳେ ଜାରକା କୁ ସେଥିରୁ ବାଦ୍ ପଡ଼ିଅଛି, ପୁଣି ଦ୍ବିତୀୟ ପର୍ଯ୍ୟାୟ ରେ ଯାଜପୁର ଜିଲ୍ଲା ର ଚଣ୍ଡିଖୋଲ କୁ ଏନ୍ଏସି ଘୋଷଣା କରାଗଲା, କିନ୍ତୁ ଦୁର୍ଭାଗ୍ୟର କଥା ଜାରକା କୁ ଏନ୍ଏସି ନ ମିଳିବାରୁ ଧର୍ମଶାଳା ର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ,ବ୍ଲକ ବିଜେଡି ସଭାପତି ପ୍ରସନ୍ନ ରାଉତ,ଯୁବ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ସୁବ୍ରତ କୁମାର ଧଳ,ନରେଶ ମହାନ୍ତି, କ୍ଷ୍ ତିଶୀ ନାୟକ, ଅମିୟ କୁମାର ପରିଡ଼ା,ସୌମ୍ୟ ପ୍ରକାଶ ବିଶ୍ୱାଳ,ପ୍ରିୟ ନାଥ ମହାପାତ୍ର,ହଳଧର ମହାନ୍ତି,ସମେତ ବିଜୁ ଜନତାଦଳ ର ଯୁବ,ଛାତ୍ର,ମହିଳା କର୍ମୀ ମାନଙ୍କୁ ନେଇ ପ୍ରତିବାଦ ସଭା ଜାରକା ଓଭର ବ୍ରିଜ୍ ତଳେ କରିଥିଲେ ପୂର୍ବତନ ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଜାରକା କୁ ଏନ୍ଏସି ଘୋଷଣା ନ କରନ୍ତି ମୁଖ୍ୟମନ୍ତ୍ରୀ,ଓ କୈାଣସି ମନ୍ତ୍ରୀ ଙ୍କୁ ଧର୍ମଶାଳା ରେ ପଶିବାକୁ ଦିଆଯିବ ନାହିଁ ଜନସାଧାରଣ ଙ୍କ ଅଭିଯୋଗ ବିଚାର କରି ସରକାର ଜରକାକୁ ଏନଏସି ଘୋଷଣା କରନ୍ତୁ
Article Image
5