ଯାଜପୁର, 04/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲା ବଡ଼ଚଣା ସାମ୍ବାଦିକ ସଂଘ ଓ ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବଡ଼ଚଣା ବ୍ଲକ ଚମ୍ପାପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଚମ୍ପାପୁର ସରପଞ୍ଚ ସୁଲୋଚନା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ସମିତିସଭ୍ୟ ସତ୍ୟବ୍ରତ ବିଶ୍ୱାଳ ଓ ଯୁବ ସମାଜସେବୀ ସ୍ମିତରଞ୍ଜନ ପ୍ରଧାନ ଯୋଗଦେଇଥିଲେ । ଡାକ୍ତର ସିହ୍ନା ଓ ଅନ୍ୟସହକର୍ମୀ ଙ୍କ ଦ୍ଵାରା ୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ୧୦ ଜଣ ରୋଗୀଙ୍କ ଅସ୍ତ୍ରୋପଚାର ନିମନ୍ତେ ଚିକିତ୍ସାଳୟ କୁ ନିଆ ଯାଇଛି । ଅନ୍ୟରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା ପରେ ଔଷଧ ଦିଆଯାଇଥିଲା । ଶିବିର ପରିଚାଳନାରେ ସାମ୍ବାଦିକ ଉତ୍କଳ ପ୍ରଧାନ ,ତ୍ରୈଲୋକ୍ୟ ନାୟକ ,ମନୋଜ ମହାନ୍ତି , ବସନ୍ତ ପଲେଇ ,କାର୍ତ୍ତିକ ରାଉତ ,ସୌମ୍ୟ ରଞ୍ଜନ ସାହୁ ,ହୃଷିକେଶପୃଷ୍ଟି ,ପ୍ରତାପ ରାଉତରାୟ ,ଶୈଳେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।