ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ଶୃଜନ ଅଭିଯାନ।

କୁଜଙ୍ଗ, 05/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ୱର ମଣ୍ଡପ ପରିସରରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ନିରଞ୍ଜନ ନାୟକଙ୍କ ନେତୃତ୍ବରେ ଆଜି କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସଂଗଠନ ଶୃଜନ ଅଭିଜାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଂଯୋଜକ ନଟବର ବାରିକ,କେରଳ କଂଗ୍ରେସ କମିଟିର ଜେନେରାଲ ସେକ୍ରେଟାରୀ ଏମ୍ ଲିଜୁ,ରାଜ କିଶୋର ବାରିକ,ଜେନେରାଲ ୱାର୍କର ବିରେନ୍ କୁମାର ଦଳାଇ ପ୍ରମୂଖ ଏହି ସଭାରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ରାଜ୍ୟରେ କିପରି କଂଗ୍ରେସ ସଦୃଢ଼ ହେବ ଓ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କିପରି ବିଜୟ ଲାଭ କରିବ ସେ ନେଇ କଂଗ୍ରେସ କମିଟି ପକ୍ଷରୁ ଆଲୋଚନା କରାଯାଇଥିଲା।ଏଥିସହିତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂଖ୍ୟାର ପୁରୁଷ ଓ ମହିଳା କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ।
Article Image
36