ଏରସମା, 05/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହ ତୁଳନୀୟ , ପରଂବ୍ରହ୍ମଙ୍କ ସହ ତୁଳନୀୟ ହେଉଛନ୍ତି ଗୁରୁ । ଭାରତ ବର୍ଷରେ ଗୁରୁଙ୍କ ସ୍ଥାନ ଶ୍ରେଷ୍ଟତ୍ୱରେ , ଧରପୃଷ୍ଟରେ ସ୍ୱତନ୍ତ୍ର ଆସନର ଅଧିକାରୀ ହେଉଛନ୍ତି ଗୁରୁ । ଜ୍ଞାନର ଗ୍ରନ୍ଥାଘର ହେଉଛନ୍ତି ଗୁରୁ ।
ଗୁରୁଶିଷ୍ୟର ସମ୍ପର୍କ ଏକ ଅତୁଟ ବନ୍ଧନ ।ଆମ ଦେଶରେ ପ୍ରତିବର୍ଷ ଆଷାଢ ପୁର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ରୂପେ ପାଳନ କରାଯାଉଛି । ତେବେ ଭାରତର ଦ୍ୱୀତିୟ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଏ । ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ମାନଙ୍କରରେ ଏହି ଦିବସଟି ପିଲାମାନେ ପାଳନ କରିଥାନ୍ତି ସେହିପରି ଭାବରେ ଏରସମା ବ୍ଲକ ଅନ୍ତର୍ଗତ କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲ ଜପାର ଛାତ୍ର ଛାତ୍ରୀ ମାନେ ପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ସହିତ ପ୍ରଦିପ ପ୍ରଜ୍ଜେଳନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଷ୍ଠାର ସହିତ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ଉତ୍ତରୀୟ ସହିତ ଗୁରୁ ବନ୍ଦନା ଗାନ କରିଥିଲେ ଓ ମିଠା ଖୁଆଇ ଥିଲେ । ଗୁରୁ ଶିଷ୍ୟ ପ୍ରତି ଭଲପାଇବା ମହାନତା କିପରି ଦୁନିଆରେ ପିଲାମାନଙ୍କୁ ଭଲ ମଣିଷଟେ କରି ଦୁନିଆରେ ପରିପ୍ରକାଶ କରିବ ସେ ଦିଗରେ ଭଲ ପାଠ ପଢିବା ସହିତ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦେବା ସହିତ ବାପା ,ମାଙ୍କ କଥା ମାନି ଚଳିବା ପାଇଁ ପ୍ରଧାନ ଶିକ୍ଷକ ଜପହରି ଦାସ ,ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଖୁଣ୍ଟିଆ ଓ ଗନ୍ଧର୍ବ ଚରଣ ଦାସ, ଶିକ୍ଷୟିତ୍ରୀ ସୁଷମା କୁମାର ଦାସ,କ୍ୟୈ।ଶଲ୍ୟା କୁମାର ଦେଇ,ମିଲି ଖଟୁଆ,ଶୁଭଶ୍ରୀ ସାହୁ, ଶିକ୍ଷକ ମଳୟ ଦେବଦତ୍ତ ଓ ଭକ୍ତିଭୂଷଣ ରାଏ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

