ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁରୁ ବିନା ଜୀବନ ଅଧୁରା,ଏବେ ବି ରହିଛି ନିଆରା ଗୁରୁଙ୍କ କାହାଣୀ

ଯାଜପୁର, 05/09/2025, ଉତ୍କଳ voice news - utkalvoicenews.com ( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଗୁରୁ ବିନା ଜୀବନ ଅଧୁରା,ଏବେ ବି ରହିଛି ନିଆରା ଗୁରୁଙ୍କ କାହାଣୀ ଯୁଗେ ଯୁଗେ ଗୁରୁଙ୍କ ଜ୍ଞାନ ସମସ୍ତଙ୍କ ପାଇଁ ଅମୃତ ବାଣୀ। ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଗୁରୁଙ୍କ ଅବଦାନ ଅତୁଳନୀୟ। ଗୁରୁ ଦେଖାନ୍ତି ଅନ୍ଧାରରୁ ଆଲୁଅର ବାଟ। ଗୁରୁ ବିନା ଜୀବନ ଅଧୁରା। ମୁହଁ ରେ ହସ ହାତରେ କଲମ ଓ ହାତରେ ଖଣ୍ଡିଏ ଖବରକାଗଜ ଧରି ଧାଇଁଆସୁଛନ୍ତି। ପ୍ରତିଦିନ ସକାଳ ନହେବା ପୂର୍ବରୁ ପହଞ୍ଚି ଯାଆନ୍ତି ଯାଜପୁର ମହାବୀର ଛକ ଯେଉଁଠି ସିଏ ଜୀବନର ଅର୍ଦ୍ଧାଧିକ ସମୟ ଶିକ୍ଷକ ଭାବେ ବିତାଇଥିଲେ ଏବେ ତାଙ୍କୁ 50 ଛୁଇଁଲାଣି। ବୟସର କ୍ଳାନ୍ତ-ଅପରାହ୍ନରେ ମଧ୍ୟ ନରମି ଯାଇ ନାହାଁନ୍ତି ସେ। ଶିକ୍ଷାଦାନ ପ୍ରବୃତ୍ତି ଠାରୁ ନିଜକୁ ଦୂରେଇ ପାରିନାହାଁନ୍ତି। ସ୍ବେଛାକୃତ ଭାବେ ପ୍ରତିଦିନ ପିଲାଙ୍କୁ ଶିକ୍ଷାଦାନ କରିଆସିଥାନ୍ତି ଯାଜପୁର ଜିଲ୍ଲା ପଣସା ପଞ୍ଚାୟତ ରଘୁନାଥପୁର ଗାଁର ଜ୍ଞାନମହାନ୍ତି (ଗ୍ୟାନୁ) ଯିଏ ନିଜ କର୍ତ୍ତବ୍ୟବୋଧ ଠାରୁ ପାଦେ ଆଗରେ ରହି ବି ବିନା ପାରିଶ୍ରମିକରେ ସ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ଶ୍ରେଣୀର ସମସ୍ତ ପାଠ୍ୟକ୍ରମକୁ ଅତି ସରଳ ଓ ସହଜରେ ପିଲାଙ୍କୁ ପଢ଼ାଇଥାନ୍ତି ଜ୍ଞାନ ସାର। ଖାଲି ସେତିକି ନୁହେଁ, ଯାଜପୁର ଜିଲ୍ଲା ପାଇଁ ସେ ସାଜିଛନ୍ତି ପ୍ରେରଣାର ଉତ୍ସ।ଆଉ ଜଣେ ଗୁରୁଜୀ । ଜୀବନରେ ବି ଚଳଚଞ୍ଚଳ। ଥକିନି ମନ କି, କ୍ଲାନ୍ତ ହୋଇନି ଶରୀର । ସେ ବି 50 ବର୍ଷ ବୟସରେ ଶିକ୍ଷାଦାନକୁ ଛାଡି ପାରିନାହାନ୍ତି । ଗଣିତ, ସାହିତ୍ୟ, ଇଂରାଜୀ ସବୁ ପଢ଼ାଇଥାନ୍ତି।
6