ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଚୟନ ନିମନ୍ତେ ମତ ସଂଗ୍ରହ କାର୍ଯ୍ୟକ୍ରମ,କାଶୀପୁର।

ରାୟଗଡା, 05/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
AICC ର ନିର୍ଦେଶ କ୍ରମେ ରାଜ୍ୟ ର ସମସ୍ତ ଜିଲ୍ଲା ରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିବା ସ୍ଥଳେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଚୟନ ହେତୁ ସଂଘଟନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାର ୧୧ ବ୍ଲକ ରେ ଜୋର ଧରିଛି।
Article Image
ଏହି କ୍ରମେ କର୍ଣ୍ଣାଟକ ରାଜ୍ୟ ବିଧାୟକ AICC ଅବଯୋରବର ଶ୍ରୀ ରିଜୱାନ ଅର୍ଶଦ AICC ର ନିର୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଚୟନର ଦାୟିତ୍ୱ ନେଇଁ ରାୟଗଡା ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ପରିପେକ୍ଷୀରେ ତୃତୀୟ ଦିବସ ସଂଗଠନ ସୃଜନ ଅଭିଯାନ ଓ ସଭାପତି ଚୟନ ର କର୍ମୀ ମତ ସଂଗ୍ରହ କାର୍ଯ୍ୟକ୍ରମ କାଶୀପୁର ହନୁମନ ମନ୍ଦିର ପ୍ରାଙ୍ଗଣ ଠାରେ ଆୟୋଜନ କରାଯାଇଥିଲା।ଅତିଥିଙ୍କୁ ପ୍ରଥମେ ପୁଷ୍ପ ମାଲ୍ୟ ଓ ଉପଡୋକନ ଦେଇ କାର୍ଯ୍ୟସ୍ଥଳକୁ ପାଛଟି ଜିଆଯାଇଥିଲେ।
Article Image
କାର୍ଯ୍ୟକ୍ରମ ରେ ପ୍ରାଦେଶ କଂଗ୍ରେସ ତରଫରୁ ଷ୍ଟେଟ ଅବଯୋରବର ଭାବେ ଶ୍ରୀ ଚିନ୍ମୟ ସୁନ୍ଦର ଦାସ,ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ଅଖିଳ ଭତ୍ରା ଓ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପଲସମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରସଙ୍ଗଓ ନିୟମାବଳୀ ବିଷୟରେ ସମସ୍ତ ଅବଯୋରବର ମାନେ ଉପସ୍ଥିତ କଂଗ୍ରେସ କର୍ମକର୍ତା ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ।
Article Image
କାର୍ଯ୍ୟକ୍ରମଟିକୁ ରାୟଗଡା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଙ୍ଗଦ ନାଏକ ସମସ୍ତ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ର ୨୪ଟି ପଞ୍ଚାୟତ ରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ନିଜ ମତ ପ୍ରଦାନ କରିଥିବା ଜଣ ପଡିଥିଲା।
Article Image
72