କୁଜଙ୍ଗ , 05/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :

କୁଜଙ୍ଗ ବ୍ଲକ ଅଧୀନ ଅଗପାଳ ପଞ୍ଚାୟତର ବଡ଼ପାଳ ଗ୍ରାମର ବରିଷ୍ଠ ଆଇନୀଜୀବୀ ପ୍ରଦୀପ୍ତ ମହାପାତ୍ର (ଟୁଟୁ) ଭାଇ ଙ୍କର ହୃଦଘାତରେ ଆକସ୍ମିକ ମୃତ୍ୟୁ ହୋଇଅଛି। ତାଙ୍କର ଅକାଳ ବିୟୋଗ ଖବର ପାଇ ମାନ୍ୟବର ଶିଳ୍ପ ଦକ୍ଷତା ଓ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମହୋଦୟ ବିଜେପି କର୍ମୀମାନଙ୍କ ସହିତ ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ଶବ ଶୋଭାଯାତ୍ରାରେ ନିଜକୁ ସାମିଲ କରିଥିଲେ। ଶ୍ରୀଯୁକ୍ତ ମହାପାତ୍ର ଙ୍କ ଅକାଳ ବିୟୋଗ ଖବର ପ୍ରସାରିତ ହେବାପରେ ତାଙ୍କୁ ଭଲପାଉଥିବା ଶହଶହ ଜନସାଧାରଣ ଶବଶୋଭାଯାତ୍ରା ରେ ସାମିଲ ହେବାର ଦେଖିବାକୁ ମିଳିଥିଲା।ଶ୍ରୀଯୁକ୍ତ ମହାପାତ୍ର ଜଣେ ଆଇନୀଜୀବୀ ରହିବା ସହିତ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ ଓ ପୂର୍ବତନ ପଙ୍କପାଳ ମଣ୍ଡଳ ସଭାପତି ଭାବେ ନିଜର ଦାଇତ୍ୱ ସମ୍ପାଦନ କରି ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଅକାଳ ବିୟୋଗ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଓ ଜଗତସିଂହପୁର ଜିଲ୍ଲା ବିଜେପି ପାଇଁ ଅପୂରଣୀୟ କ୍ଷତି ଓ ଶୂନ୍ୟସ୍ଥାନ ହୋଇ ରହିବ। ତାଙ୍କର ମରଶରୀରକୁ ଭବ୍ୟ ସ୍ୱାଗତ ସହ ରାହାମା ବଜାର,ପଙ୍କପାଳ ଓ ଅଗପାଳ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ବଜାର ପରିକ୍ରମା କରାଯାଇ ତାଙ୍କ ନିଜ ବାସଭବନ ଙ୍କୁ ଅଣାଯାଇଥିଲା। ମନ୍ତ୍ରୀ ମହୋଦୟ ଶ୍ରୀଯୁକ୍ତ ମହାପାତ୍ରଙ୍କ ପାର୍ଥିବ ଶରୀରରେ ଭାରତୀୟ ଜନତା ଦଳ ପତାକା ଓ ପୁଷ୍ପହାର ପ୍ରଦାନ କରି ମରଣତ୍ତୋର ମର୍ଯ୍ୟାଦା ପ୍ରଦାନ କରିଥିଲେ ଏବଂ ଶେଷ କୃତ୍ତ୍ୟ ତାଙ୍କ ନିଜ ଗ୍ରାମ ସ୍ମଶାନ ରେ ସମ୍ପନ୍ନ କରାଯାଇଥିଲା। କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ସମାଜସେବୀ ଡକ୍ଟର ସୁନାକର ବେହେରା,ଜଗତସିଂହପୁର ଜିଲ୍ଲା ବିଜେପି ସମ୍ପାଦକ ତପନ କୁମାର ତ୍ରିପାଠୀ, ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା,ଅଗପାଳ ସରପଞ୍ଚ ବିପିନ କୁମାର ବିଶ୍ୱାଳ, ପଙ୍କପାଳ ମଣ୍ଡଳ ସଭାପତି ଶତ୍ରୁଘ୍ନ ମଲ୍ଲ,ଯୁବ ସଂଗଠକ ପ୍ରତାପ କୁମାର ଦାସ, ଶିକ୍ଷକ ସୁଧୀରଞ୍ଜନ ମହାପାତ୍ର, ଅମିତ ପ୍ରସାଦ ମଲ୍ଲ, ସୌଭାଗ୍ୟ ବିଶ୍ୱାଳ, ରତ୍ନାକର ମଲ୍ଲ, ସନାତନ କଅଁର, ସରୋଜ କୁମାର ଦାସ, ସୌଭାଗ୍ୟ ରଞ୍ଜନ ନାୟକ,ପ୍ରସନ୍ନ କୁମାର ସ୍ୱାଇଁ,ଜିତେନ୍ଦ୍ର କୁମାର ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର ସାହୁ ଇତ୍ୟାଦି ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।


