ଏରସମା, 05/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଯୁବ ସମାଜସେବୀ ଶଶିକାନ୍ତ ପରିଡାଙ୍କ ନେତୃତ୍ୱରେ ପଲ୍ଲୀକାଣ୍ଟା ସ୍ଥିତ ଏକ ଘରୋଇ ମଣ୍ଡପରେ ଗୁରୁଦିବସ ଅବସରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ଉମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ଦଳକୁ ମଜବୁତ କରିବାସହିତ ସାଧାରଣ ଜନତା କିପରି ନ୍ୟାୟ ପାଇ ପାରିବେ ସେଥିପ୍ରତି ସଜାଗ ରହିବାକୁ ଆଲୋଚନା ହୋଇଥିଲା। ପ୍ରତି ପଞ୍ଚାୟତରୁ ଆସିଥିବା ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ । ଜଗତସିଂହପୁର ଜିଲ୍ଲାରେ ଆଗାମୀ ଦିନରେ ବିଭିନ୍ନ କମ୍ପାନୀ ଗଢି ଉଠିବାକୁ ଥିବାବେଳେ ସମାଜସେବୀ ଶଶିକାନ୍ତ ପରିଡା ଜନସାଧାରଣଙ୍କୁ ସଚେତନ
କରାଇଛନ୍ତି ସରକାର ହେଉ କିମ୍ବା କମ୍ପାନୀ ହେଉ
ଲୋକମାଙ୍କର ଅସୁବିଧା ହେଲେ ପ୍ରବଳ ବିଦ୍ରୋହ ହେବ। ଆଜିର ସଭାରେ ଉପସ୍ଥିତ ଥିବା ନେତୃମଣ୍ଡଳୀଙ୍କ ମଧ୍ୟରେ ରଘୁ ରାଉତ ରାଜ୍ୟ କୃଷକ ମୋର୍ଚ୍ଚାସଦସ୍ୟ ,ପ୍ରଫୁଲ କୁମାର ପାଳ ନାରଦିଆ ପଂଚାୟତ ସମିତି ସଭ୍ୟ , ସୁଦାମ ପରିଡା,ଗଜେନ୍ଦ୍ର ବେହେରା,ଅମ୍ବିକା ପ୍ରସାଦ ମହାନ୍ତି, ଦେବେନ୍ଦ୍ର ପାଇଟାଳ,ଲିଟୁ ସେଠୀ,ରାକେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।