ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

JSW ଏବଂ ପ୍ରଥମ ଓଡ଼ିଶା ତରଫରୁ ଗୁରୁଦିବସ ପାଳିତ ହୋଇଛି

ଏରସମା, 05/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଢ଼ିଙ୍କିଆ ଓ ଡମପଡା ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଗୁରୁଦିବସ ମହା ସମା ରୋହରେ ପାଳନ କରାଯାଇଛି।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିବା ବେଳେ,ବିଦ୍ୟାଳୟ ର ପ୍ରେସିଡେଣ୍ଟ ,ସରପଞ୍ଚ ଦିଦି,ଅଙ୍ଗନୱାଡ଼ି ଦିଦି, ମୋ ସ୍କୁଲର ପ୍ରେସିଡେଣ୍ଟ ଏଵଂ ସମସ୍ତ ଅଭିଭାବକ ମାନେ ଯୋଗ ଦେଇଥିଲେ।ମା ମାନଙ୍କ ଦ୍ଵାରା କିଛି ପ୍ରତିଯୋଗିତା କାର୍ଯ୍ୟକ୍ରମ କରା ଯାଇଥିଲା। ଯଥା - ସନ୍ତୁଳନ ରକ୍ଷା କରି ଚାଲିବା,ମ୍ୟୁଜିକ ଚେୟାର,ବେଲୁନ ଫୋପଡ଼ିବା ,ଝୋଟି ଇତ୍ୟାଦି ।ଏହି ପ୍ରତିଯୋଗିତା ରେ କୃତି ମାଆ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।ଏଥିରେ ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରୁଥିବା ବେଳେ , ହେମନ୍ତ କୁମାର ପ୍ରଧାନ ,ପ୍ରିୟବ୍ରତ ନାୟକ,ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼ ସହଯୋଗ କରିଥିଲେ।
Article Image
7