ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗେଙ୍ଗୁଟିଆରେ ଗୁରୁଦିବସ ପାଳିତ

ଢେ଼ଙ୍କାନାଳ, 05/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢ଼େଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବିଦ୍ୟାଶ୍ରୀ ଏକାଡ଼େମୀ ଗେଙ୍ଗୁଟିଆରେ ଗୁରୁଦିବସ ପାଳିତ ହୋଇ ଯାଇଅଛି । ଅନୁଷ୍ଠାନ ମୁଖ୍ୟ ପ୍ରଦୀପସାର ଙ୍କ ମାର୍ଗ ଦର୍ଶନରେ ଗୁରୁ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଅଛି । ପ୍ରଥମେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଳ ଦିଆଯାଇ ଧୂପଦୀପ ସହ ପୁଷ୍ପାଞ୍ଜଳି ଦେଇ ଗୁରୁମାନଙ୍କୁ ପୂଜନ କାର୍ଯ୍ୟ ହେଲା l ଅନୁଷ୍ଠାନର ଛାତ୍ରଛାତ୍ରୀ ଗଣ ଗୁରୁମାନଙ୍କର ପାଦ ଧୋଇଦେଇ ଫୁଲ ଚନ୍ଦନ ଦେଇ ଗୁରୁ ବନ୍ଦନା ସହ ପୂଜା ଅର୍ଚ୍ଚନା କରିଛନ୍ତି l ଅନୁଷ୍ଠାନର ବରିଷ୍ଠ ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ପିଲାମାନଙ୍କୁ ଗୁରୁଦିବସ ଉପଲକ୍ଷେ ଅଭିଭାଷଣ ଦେଇଥିଲେ l ଗୁରୁଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଯଥା ବକୃତା,ଗୁରୁବନ୍ଦନା,ସଂଗୀତ, କୁଇଜ୍, ଓଡ଼ିଆ ଓ ଇଂରାଜୀ ରଚନା , ଡ୍ରଇଁ, ନାଚ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠାନର ବବି ଦିଦି ଓ ଅର୍ପିତା ଦିଦି ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ମୁଖ୍ୟ ପ୍ରଦୀପ କୁମାର ମଲ୍ଲିକ ଗୁରୁ ଶିଷ୍ୟର ପରମ୍ପରା କୁ ଆଧାର କରି ସୁନାଗରିକ ହେବା ପାଇଁ ପ୍ରେରଣା ଦେବା ସହ ଦିଗଦର୍ଶନ ଦେଇଥିଲେ। ଏହି ଅବସରେ ଗେଙ୍ଗୁଟିଆ ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ କୁ ପରିଷ୍କାର ପରିଚ୍ଛନ୍ନ କରା ଯାଇଅଛି ।
4