କୁଜଙ୍ଗ, 24/01/2025, ଉତ୍କଳ voice news - utkalvoicenews.comନାବାଳିକା ବଳାତ୍କାର ଘଟଣାରେ ଗତକାଲି ଠାରୁ କୁଜଙ୍ଗ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଥିଲା। ଆଜି ସେହି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବିଚାରବିଭାଗୀୟ ଜେଲ୍ ପଠାଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣାରୁ ଜଣାପଡ଼ିଛି ଯେ କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିଲା।
ଏବଂ ଏହି ଅଭିଯୋଗ ଛାତ୍ରୀ ଘର ଲୋକେ କୁଜଙ୍ଗ ଥାନାରେ ଜଣାଇଥିଲେ। ପୋଲିସ୍ ଘଟଣା ସମ୍ପର୍କରେ ତଦନ୍ତ କରି ଉକ୍ତ ଯୁବକଙ୍କୁ ଉଠାଇ ଆଣି ଆଜି କେସ ନ ୩୪/୨୫ ତାରିଖ ୨୩/୧/୨୦୨୫ ଦଫା ୧୨୬(୨)/୬୫(୧)/୩୫୧(୩) ଭାରତୀୟ ନ୍ୟାୟ ସଂହିତା ୨୦୨୩/୪ ପୋସ୍କୋ ଆକ୍ଟ ଅନୁଯାୟୀ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କୁଜଙ୍ଗ ବ୍ଲକର ସମାଗୋଳ ଉପକାଠାଗାରକୁ ପଠାଇ ଦିଆଯାଇଛି।