ଢେ଼ଙ୍କାନାଳ, 05/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ ଜିଲ୍ଲାର କୁଞ୍ଜକାନ୍ତ ଠାରେ ଥିବା ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଷ୍ଟଡି ଲାଇଫ ରେ ପାଳିତ ହୋଇଯାଇଛି ଗୁରୁଦିବସ । ଏହି ଅବସରରେ ଅନୁଷ୍ଠାନ ର ବହୁ ଛାତ୍ର ଛାତ୍ରୀଙ୍କ ଦ୍ବାରା ଏକ ଗୁରୁପୁଜନ ପରମ୍ପରା ନିମନ୍ତେ ଏକ ସାଧାରଣ ସଭା ର ଅୟୋଜନ କରା ଯାଇଥିଲା । ଜିବନ ରେ ଆଗକୁ ବଢ଼ିବାକୁ ହେଲେ ସମସ୍ତଙ୍କୁ ଗୁରୁଙ୍କର ଆବଶ୍ୟକତା ରହିଛି । ଘୋର୍ ଅନ୍ଧକାର ରୁ ଆଲୋକ ପଥକୁ ଯିଏ ବାଟ କଢ଼େଇ ନିଅନ୍ତି ସେ ହେଉଛନ୍ତି ଗୁରୁ । ଅନୁଷ୍ଠାନ ର ନିର୍ଦେଶକ ଆଶିଷ କୁମାର ପଣ୍ଡା, ସମ୍ପାଦକ ଅବିନାଶ ପଣ୍ଡା, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସୋମ୍ୟକାନ୍ତ ପତି, ରଞ୍ଜିତ ନାୟକ , ରୁପଶ୍ରୀ ନାୟକ, ଅଙ୍କିତା ଦାସ, ପ୍ରିୟଙ୍କା ସାହୁ ଆଦି ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରାଇଥିଲେ।ରାଜେଶ ସାହୁ ଏହି ସଭା କାର୍ଯ କୁ ପରିଚାଳନା କରିଥିଲେ ।