ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳନ ।

ଢେଙ୍କାନାଳ, 05/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ, ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଆକର୍ଷଣୀୟଭାବେ ପାଳନ କରାଯାଇଥିଲା l ସକାଳ ପ୍ରାୟ ୯ ଘଟିକା ସମୟରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା ଗୁରୁପୂଜା କାର୍ଯ୍ୟକ୍ରମ l ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ମୁତାବକ ସେମାନେ ଗୁରୁ ପୂଜା କରି ଗୁରୁ ବନ୍ଦନା ଗାନ କରିଥିଲେ l ଏହି ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଜୀବନରେ ଗୁରୁଙ୍କର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ l ଏହି ଅବସରରେ ଢେଙ୍କାନାଳର ପ୍ରତିଷ୍ଠିତ ସ୍ବେଛାସେବୀ ସଂଗଠନ ଇନର ହୁଇଲ୍ କ୍ଲବ୍ (Inner Wheel Club) ତରଫରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୂଚନା ଥାଉ କି ଚଳିତ ବର୍ଷ ଏହି ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଓ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରା ଢେଙ୍କାନାଳ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି l ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଆକର୍ଷଣୀୟଭାବେ ପାଳନ କରାଯାଇଥିଲା l ସକାଳ ପ୍ରାୟ ୯ ଘଟିକା ସମୟରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା ଗୁରୁପୂଜା କାର୍ଯ୍ୟକ୍ରମ l ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ମୁତାବକ ସେମାନେ ଗୁରୁ ପୂଜା କରି ଗୁରୁ ବନ୍ଦନା ଗାନ କରିଥିଲେ l ଏହି ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଜୀବନରେ ଗୁରୁଙ୍କର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ l ଏହି ଅବସରରେ ଢେଙ୍କାନାଳର ପ୍ରତିଷ୍ଠିତ ସ୍ବେଛାସେବୀ ସଂଗଠନ ଇନର ହୁଇଲ୍ କ୍ଲବ୍ (Inner Wheel Club) ତରଫରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୂଚନା ଥାଉ କି ଚଳିତ ବର୍ଷ ଏହି ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଓ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରା ଢେଙ୍କାନାଳ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି l
Article Image
Article Image
15