ଯାଜପୁର, 05/09/2025, ଉତ୍କଳ voice news - utkalvoicenews.com( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଚଣା ଗ୍ରାମ ପଞ୍ଚାୟତ ରେ ନୂତନ ବି,ଇ,ଓ ଅଫିସ ଶୁଭ ଉଦଘାଟନ ହୋଇଅଛି ଏହି ସଭା କୁ ପରିଚାଳନା କରିଥିଲେ ଡି, ଇ ,ଓ ମହେଶ୍ବର ସାହୁ ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ସମ୍ମାନିତ ଅତିଥି ବଡ଼ଚଣା ବିଧାୟକ ଅମର କୁମାର ନାୟକ,ଯାଜପୁର ଜିଲ୍ଲାପାଳ ଅମ୍ୱର କୁମାର କର ,ବି,ଡ଼ି,ଓ ରବୀନ୍ଦ୍ର ପ୍ରଧାନ,ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି,ବିଭାସ ଚନ୍ଦ୍ର ନନ୍ଦ, ବି,ଇ,ଓ ଅଭୟ କୁମାର ବେହେରା, ଏ,ବି, ଇ,ଓ ରତିକାନ୍ତ ସାମଲ,ଆତ୍ରତାନ ପୁଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ କହିଲେ ମଧ୍ୟାହ୍ନ ଭୋଜନ,ଶିଶୁ ବାଟିକା,ଶିକ୍ଷକ ନିଯୁକ୍ତି,ଭଳି ଅନେକ ବିକାଶ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି ବିଧାୟକ ତାଙ୍କ ଅଭିଭାଷଣ ରେ କହିଲେ ଆଗାମୀ ଦିନରେ ବଡ଼ଚଣା ଶିକ୍ଷା ବିଭାଗରେ କିପରି ଉନ୍ନତି ହୋଇପାରିବ ସେଥିପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ