ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାର ଓ କୀଟନାଶକ ଦୋକାନ ରେ ମିଳିତ ଚଢାଉ।

ରାୟଗଡ଼ା / କାଶୀପୁର, 05/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ରେ କାଶୀପୁର କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ବ୍ଲକ୍ ରେ ଥିବା ବିଭିନ୍ନ ସାର ଓ କୀଟନାଶକ ବ୍ୟବସାୟୀ ଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ବ୍ଲକରେ ଥିବା ଦୁଇଟି ବହୁମୁଖୀ ସମବାୟ ସମିତି ସମେତ ସରକାରୀ ଲାଇସେନ୍ସ ଓ ବିନା ଲାଇସେନ୍ସରେ ସାର ଓ କୀଟନାଶକ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଉପରେ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବ୍ଲକରେ କିଛି ବ୍ୟବସାୟୀ ବିନା ଲାଇସେନ୍ସରେ ସାର ଓ କୀଟନାଶକ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଦଲାଲଙ୍କ ମାଧ୍ୟମରେ ଚଢା ଦରରେ ବିଭିନ୍ନ ଅଞ୍ଚଳରେ ସାର ଓ କୀଟନାଶକ ବିକ୍ରି କରୁଥିବା ଅଧିକାରୀ ମାନେ ଖବର ପାଇଥିଲେ। ବିଭିନ୍ନ ସାର ଓ କୀଟନାଶକ ବ୍ୟବସାୟୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସାର ଓ କୀଟନାଶକ କଳାବଜାରୀ ରୋକିବା ପାଇଁ ଆଗାମୀ ଦିନରେ ବ୍ୟବସାୟୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ମିଳିତ ଚଢାଉ ବେଳେ କାଶୀପୁର ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ, ଅତିରିକ୍ତ ତହସିଲଦାର ବିଘ୍ନରାଜ କହଁର, ଅଫିସ ଇନ୍ ଚାର୍ଜ ନିରଞ୍ଜନ ନାୟକ, କୃଷି ଅଧିଦର୍ଶକ ଜଗଦୀଶ ପାଳ, ଲୋକନାଥ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।
Article Image
Article Image
12