କୁଜଙ୍ଗ, 06/09/2025, ଉତ୍କଳ voice news - utkalvoicenews.com ( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ସଚେତନ ନାଗରିକ ମଞ୍ଚ ଓ ଶିଳ୍ପମନ୍ତ୍ରୀ ମିଳିତ ବୈଠକ :
କୁଜଙ୍ଗ ନିଶ୍ଚିତ ଏନ୍ଏସି ହେବ - ଶିଳ୍ପମନ୍ତ୍ରୀ :
କୁଜଙ୍ଗ କୁ ଏନ୍ଏସି ଦାବିରେ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ
ଆସନ୍ତା 9 (ନଅ) ତାରିଖ ମଙ୍ଗଳବାର କୁଜଙ୍ଗବନ୍ଦ ଡାକରା ଦିଆ ଯାଇଥିଲା l ହେଲେ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ,ଦକ୍ଷତା ଓ ବୈଷୟୀକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନାଗରିକ ମଞ୍ଚ ସହିତ ଆଲୋଚନା କରି ନିଶ୍ଚୟ ଏନ୍ଏସି ଘୋଷଣା ହେବ ବୋଲି ଦୃଢ ପ୍ରତିଶୃତି ଦେବା ପରେ ସ୍ଥିତି ଶାନ୍ତ ପଡିଛି ଓ ଆସନ୍ତା ନଅ ତାରିଖ ମଙ୍ଗଳବାର ହେବାକୁ ଥିବା କୁଜଙ୍ଗ ବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ମଞ୍ଚ ଆବାହକ ରଘୁ ସାହୁ ଘୋଷଣା କରିଛନ୍ତି l

ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ,2024 ମସିହାରେ ନବୀନ ପଟ୍ଟନାୟକ ସରକାର କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ ,ହେଲେ ମୋହନ ସରକାର କ୍ଷମତାକୁ ଆସିବାପରେ କୁଜଙ୍ଗକୁ ଅଣଦେଖା କରାଗଲା l ନୂତନ ଏନଏସି ଘୋଷଣାରେ କୁଜଙ୍ଗ ସ୍ଥାନ ପାଇ ନଥିବାରୁ ଗତ 16 ତାରିଖ ଠାରୁ ଆନ୍ଦୋଳନ ଚାଲିଛି ଓ ଆସନ୍ତା ମଙ୍ଗଳବାର କୁଜଙ୍ଗ ବନ୍ଦ ଡାକରା ଦିଆଯାଇଥିଲା l ହେଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ଆନ୍ଦୋଳନକାରି ସଚେତନ ନାଗରିକ ମଞ୍ଚ କର୍ମକର୍ତାଙ୍କୁ ଡାକି ପାରାଦୀପ ସରକିଟ ହାଉସ ଠାରେ ଆଲୋଚନା କରିଥିଲେ l କୁଜଙ୍ଗ ଏନ୍ଏସି ଘୋଷଣା ନେଇ ଦାଖଲ ହୋଇ ନଥିବା ଆବଶ୍ୟକ କାଗଜପତ୍ର ପ୍ରକ୍ରିୟା ମାସକ ମଧ୍ୟରେ ଶେଷ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୁଜଙ୍ଗ ଭିତିଭୂମି ସମ୍ପର୍କରେ ଅବଗତ କରାଇବା ପରେ ନିଶ୍ଚୟ ଏନ୍ଏସି ଘୋଷଣା ହେବ ବୋଲି ଦୃଢତା ପ୍ରକାଶ କରି ପ୍ରତିଶୃତି ଦେବା ପରେ କୁଜଙ୍ଗ ବନ୍ଦ ସ୍ଥଗିତ ହୋଇଛି ବୋଲି କହିଥିଲେ l ମଞ୍ଚ ଉପଦେଷ୍ଟା ପିତାମ୍ବର ତରାଇ ,ବାବୁରାମ ଚୌଧୁରୀ ,ସରୋଜ କୁମାର ବେହେରା ,ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ପ୍ରିୟମ୍ବଦା ପାଣି ,ରଜନୀକାନ୍ତ ଗୁରୁ , ସୌଭାଗ୍ୟ ବିଶ୍ୱାଳ ,କୈଳାଶ ଷଢଙ୍ଗୀ , ମନିନ୍ଦ୍ର ଗୁରୁ ,ଦୁଷ୍ମନ୍ତ ମାଝୀ ,ତପନ ତ୍ରିପାଠୀ ,ବିବେକାନନ୍ଦ ଦାସ ,ରଂଜିତ ପଣ୍ଡା ,ରାମଦାସ ମହାନ୍ତି , ରଂଜିତ ବିଶ୍ୱାଳ ,ଶରତ ଜେନା ,ଓ ଜ୍ୟୋତି ପ୍ରକାଶ ଜେନା ପ୍ରମୁଖ ମଞ୍ଚ ଆବାହକ ମଣ୍ଡଳୀ ଉପସ୍ଥିତ ଥିଲେ l ବୈଠକ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗଣ ମାଧ୍ୟମକୁ କହିଥିଲେ ଯେ , ଏନ୍ଏସି ଘୋଷଣା ପାଇଁ ଇତି ମଧ୍ୟରେ ସେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି l କେବଳ ଏନ୍ଏସି ନୁହେଁ , କୁଜଙ୍ଗକୁ ସୁନ୍ଦରୀକରଣ କରାଯିବାକୁ ସେ ସ୍ଵତନ୍ତ୍ର ମାଷ୍ଟର ପ୍ଲାନ କରିଛନ୍ତି l ସଚେତନ ନାଗରିକ ମଞ୍ଚ ମୋ ଉପରେ ଭରଷା କରି ମୋତେ ସହଯୋଗ କଲେ ସମସ୍ତ କାର୍ଯ୍ୟ ସମ୍ଭବ ହୋଇ ପାରିବ ବୋଲି କହିଥିଲେ l ଆଜିର ବୈଠକ ସଫଳ ହୋଇଛି ଓ କୁଜଙ୍ଗବାସୀ ଉତ୍ସାହିତ ହୋଇଥିବା ଜଣାପଡିଛି l
