ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ ମଣ୍ଡଳର ନୂତନ ଯୁବମୋର୍ଚ୍ଚା ସଭାପତି ହେଲେ ବଳରାମ ମହାପାତ୍ର

ବାଲିକୁଦା-ଏରସମା, 06/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଏରସମା ବ୍ଲକ ବାଲିତୁଠ ମଣ୍ଡଳ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଭାବେ ମନୋରଞ୍ଜନ ସାମନ୍ତରାୟ ଦାଇତ୍ଵରେ ଥିଲେ।ହେଲେ ବିଜେପି ଦଳର ନିତି ଆଦର୍ଶକୁ ଉଲ୍ଲଘନ କାରଣରୁ ଦଳୀୟ ଅନୁଶାସନ ଭଙ୍ଗ କାର୍ଯ୍ୟ କାରଣରୁ ଭାଜପା ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିଥିବାରୁ ବାଲିତୁଠ ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟ ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ,ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର,ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତିଙ୍କ ପାଖକୁ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ଦରଖାସ୍ତ ପଠାଇଛନ୍ତି।ଏନେଇ ଜିଲ୍ଲା ସଭାପତି ଙ୍କ ନିଦ୍ଦେଶ କ୍ରମେ ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗକାରଣରୁ ଯୁବ ମୋର୍ଚ୍ଚା ସଭାପତି ମନୋରଞ୍ଜନ ସାମନ୍ତରାୟଙ୍କୁ ପଦରୁ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ନୂତନ ଭାବେ ବାଲିତୁଠ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଭାବେ ଦାଇତ୍ଵ ତୁଲାଇବା ପାଇଁ ବଳେଇପୁର ଗ୍ରାମର ଶ୍ରୀ ବଳରାମ ମହାପାତ୍ରଙ୍କୁ ସଭାପତି ଭାବେ ଦାଇତ୍ଵ ପ୍ରଦାନ କରାଯାଇଛି। ବଳରାମ ପୂର୍ବରୁ କଲେଜର ଉପସଭାପତି ଥିବା ସହିତ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ କର୍ମୀ ଭାବେ ସାଂଗଠନିକ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହିତ ତୁଲାଉଥିଲେ। ଶ୍ରୀ ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ଛୁଆ ଛୁଟୁଛି।
Article Image
7