ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ଚାମ୍ପିଆନ୍ ସିପ 2025 ରେ ଢେ଼ଙ୍କାନାଳ କୁ 3 ପଦକ

ଢେ଼ଙ୍କାନାଳ, 06/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଚେନ୍ନାଇ, ତାମିନାଡୁର ଜବହାର ଲାଲ୍ ନେହେରୁ ଏଣ୍ଡୋର ଷ୍ଟାଡ଼ିୟମ ଠାରେ ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ଚାଳିତ ମାସ ୨୭ ରୁ ୩୧ ପର୍ଯନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ରେ ୱାକୋ ଓଡ଼ିଶା ୪୯ ଟି ପଦକ ହାସଲ କରିଛନ୍ତି।ସେଥି ମଧ୍ୟରୁ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ମୋଟ୍ ୩ଟି ପଦକ ରୁ ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି।ବାଳକ ବିଭାଗରେ ଭବାନୀ ପ୍ରସାଦ ଭଞ୍ଜ -୩୩କେଜି ଲାଇଟ୍ କଣ୍ଟlକ୍ଟ ରେ କାଂସ୍ୟ ଏବଂ କିକ୍ ଲାଇଟ୍ ରେ ରୌପ୍ୟ ପଦକ ଏବଂ ବାଳିକା ବଭାଗରେ ରେ ରିତିଶା ମହାପାତ୍ର +୩୬କେଜି ଲାଇଟ୍ କଣ୍ଟାକ ରେ କାଂସ୍ୟ ପଦକ ହାସଲ କରିଛନ୍ତି।ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଦାୟିତ୍ଵ ତୁଲାଇଥିଲେ। ଉକ୍ତ ପ୍ରତଯୋଗିତାରେ ରେ ଭାଗ ନେବାପାଇଁ ସମ୍ପୂର୍ଣ ଖର୍ଚ୍ଚ କ୍ରୀଡ଼ା ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ବହନ କରାଯାଇଥିଲା । ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଆମେଚୋର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡ଼ିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା, ଏବଂ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଏବଂ ଆସୋସିଏସନ୍ ର କୋଚ୍ ମାନେ ସମସ୍ତ ଖେଳାଳୀ ମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
8